Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଭାରତୀୟ ଖାଉଟି କଲ୍ୟାଣ ପରିଷଦ (ଏଆଇସିଡବ୍ଲୁସି) ଓଡ଼ିଶା ଚାପଫରର କାର୍ଯ୍ୟାରମ୍ଭ…

0

*ପରିଷଦ ପାଇଁ ଓଡ଼ିଶା ଦେଶର ୨୨ତମ ରାଜ୍ୟ ଚାପଫର -ରାଜ୍ୟ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମନୋନୀତ – ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ ସଂପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର,ନିରପେକ୍ଷ ଖବର: ୧୦/୧୧/୨୦୧୯ : ଭାରତୀୟ ଉପଭୋକ୍ତା ମହାସଂଘ ( ସିସିଆଇ) ସହ ଅନୁବନ୍ଧିତ ଓ ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ସର୍ବ ଭାରତୀୟ ଖାଉଟି କଲ୍ୟାଣ
ପରିଷଦ (ଏଆଇସିଡବ୍ଲୁସି) ଆଜି ନିଜର ଓଡ଼ିଶା ଚାପଫର ଘୋଷଣା କରିବା ସହ ଓଡ଼ିଶାରେ ନିଜର କାର୍ଯ୍ୟାରମ୍ଭ କରିଛି । ଓଡ଼ିଶା ଦେଶର ୨୨ତମ ରାଜ୍ୟ ଯେଉଁଠାରେ ଏହି ପରିଷଦ ଖାଉଟି ବା ଉପଭୋକ୍ତାଙ୍କ ଅଧିକାର ରକ୍ଷା ଓ ସେମାନଙ୍କ ସ୍ୱରକୁ ଉପଯୁକ୍ତ ମଞ୍ଚରେ ଉଠାଇବା କ୍ଷେତ୍ରରେ ସଂପୂର୍ଣ ଭାବେ କାର୍ଯ୍ୟ କରୁଛି । ସିସିଆଇର ଜାତୀୟ ସଭାପତି ଡ. ଅନନ୍ତ ଶର୍ମା ଓ
ଏଆଇସିଡବ୍ଲୁସିର ଜାତୀୟ ମହାସଚିବ ଶ୍ରୀ ଦେବେନ୍ଦ୍ର ତିୱାରୀଙ୍କ ଉପସ୍ଥିତିରେ ଚାପଫରର ରାଜ୍ୟ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ମନୋନୀତ କରାଯାଇଛି । ଶ୍ରୀ ସୁନୀଲ କୁମାର ବେହେରା ଓ ଶ୍ରୀ ବରୁଣ ପ୍ରକାଶ ଜେନା ଏଆଇସିଡବ୍ଲୁସି ଓଡ଼ିଶା ଚାପଫରର ଯଥାକ୍ରମେ ସଭାପତି ଓ ସେକ୍ରେଟାରୀ ମନୋନୀତ ହୋଇଛନ୍ତି । ଏହି କର୍ମକର୍ତ୍ତାମାନଙ୍କ ମନୋନୟନ ସହ ନୂଆକରି ଯୋଗଦେଇଥିବା ସାଧାରଣ ସଦସ୍ୟମାନଙ୍କୁ ସଚେତନ କରିବା ପାଇଁ ଖାଉଟି ସୁରକ୍ଷା ଆଇନ-୨୦୧୯, ଖାଉଟି ସଶକ୍ତିକରଣ, ନିଜ ବିଲ୍‌କୁ ଜାଣନ୍ତୁ, ଉପଭୋକ୍ତା ବ୍ୟବହାର,ଅସାଧୁ ବ୍ୟବସାୟ ପଦ୍ଧତି, ଭ୍ରମାତ୍ମକ ବିଜ୍ଞାପନ ଓ ସହଜ ଉପଭୋକ୍ତା ଅଭିଯୋଗ ସମାଧାନ ଆଦି ପ୍ରସଙ୍ଗରେ ଏକ ଦିନିକିଆ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସଦସ୍ୟମାନଙ୍କ ସହାୟତାରେ ସାଧାରଣ ଜନତା ଓ ଖାଉଟିମାନଙ୍କୁ ସଚେତନ କରାଯିବ । ଏହି ଅବସରରେ ସିସିଆଇର ଜାତୀୟ ସଭାପତି ଡ. ଅନନ୍ତ ଶର୍ମା ନବଗଠିତ ଓଡ଼ିଶା ଚାପଫରକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ନୂଆ ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ ଅନୁସାରେ ଉପଭୋକ୍ତାଙ୍କ ଅଧିକାରକୁ ବୁଝିବା ପାଇଁ ଲୋକମାନଙ୍କୁ ସଚେତନ କରିବା ଦିଗରେ ଏହି ଚାପଫର ଏକ ଜରୁରୀ ଭୂମିକା ନିର୍ବାହ କରିବ । ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ,ଭ୍ରମାତ୍ମକ ବିଜ୍ଞାପନ ଓ ଅଭିଯୋଗର ବିଚାର ପରିସର ଆଦି ଦୃଷ୍ଟିରୁ ନୂଆ ଆଇନଟି ୧୯୮୬ର ଆଇନ ତୁଳନାରେ ଟିକିଏ ଭିନ୍ନ ରହିଛି । ଏଣୁ ଏହି ଆଇନ ସଂପର୍କରେ ସଚେତନତା ଓ
ସହାୟତା ବେଶ ଜରୁରୀ । ଏଣୁ ଆଶା କରୁଛି ଯେ ଓଡ଼ିଶା ଚାପଫର ଓଡ଼ିଶାର ଖାଉଟିଙ୍କ ଅଧିକାର ରକ୍ଷା ଓ ସେମାନଙ୍କୁ ସଚେତନ କରିବା ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଉପଭୋକ୍ତା ସୁରକ୍ଷା ଆଇନ-୨୦୧୯ ତିନି ଦଶନ୍ଧି ପୁରୁଣା ଉପଭୋକ୍ତା ସୁରକ୍ଷା ଆଇନ-୧୯୮୬ ବଦଳରେ ଲାଗୁ ହୋଇଛି । ଏଥିରେ ଖାଉଟିଙ୍କ
ଅଧିକାରର ସୁରକ୍ଷା ପାଇଁ କେତେକ ନୂଆ ପ୍ରକାରର ବ୍ୟବସ୍ଥା କରାଯିବା ସହ ପୂର୍ବରୁ ଥିବା ସୁରକ୍ଷାବ୍ୟବସ୍ଥାଗୁଡ଼ିକୁ ସୁଦୃଢ କରାଯାଇଛି । ନୂଆ ଆଇନରେ ଏକ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ସ୍ଥାପନର ବ୍ୟବସ୍ଥା ରହିଛି । ଲୋକମାନଙ୍କ ମିଳିତ ଅଭିଯୋଗ କ୍ଷେତ୍ରରେ ଏହି ପ୍ରାଧିକରଣ ସିଧାସଳଖ କୌଣସି ମାମଲାରେ ହସ୍ତକ୍ଷେପ କରିପାରିବେ । ଉପଭୋକ୍ତା ଦେଶର ଏକ ଗୁରୁତ୍ୱପୂର୍ଣ ସମ୍ବଳ ହୋଇଥିବାରୁ ଭାରତ ସରକାର ଏମାନଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ବଚନବଦ୍ଧ । ଏଆଇସିଡବ୍ଲୁସି ସଂପର୍କରେ :ସର୍ବ ଭାରତୀୟ ଖାଉଟି କଲ୍ୟାଣ ପରିଷଦ (ଏଆଇସିଡବ୍ଲୁସି) ଏକ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ନାମରେ ପଂଜୀକୃତ ଏକ ସୋସାଇଟି । ଗ୍ରାହକଙ୍କ ଅଧିକାର ଯଥା ନିରାପତ୍ତାର ଅଧିକାର, ଅଭିଯୋଗ ଶ୍ରବଣର ଅଧିକାର, ନ୍ୟାୟ ପାଇବାର ଅଧିକାର ଓ ଖାଉଟି ସଚେତନତା ଆଦିର ସୁରକ୍ଷା ଦିଗରେ ଏହି ପରିଷଦ ବଚନବଦ୍ଧ ।

Mo sapath

Leave A Reply

Your email address will not be published.