ବାରିପଦା:(ନିରପେକ୍ଷ ଖବର)୨୩/ଜୁଲାଇ/୨୦୧୯:ଆଶ୍ଚର୍ଯ୍ୟ ହେଲେ ବି ଘଟଣାଟି ସତ୍ୟ। ନାଗରାଜଙ୍କ କୁକୁଡ଼ା ଶିକାର। ଗତକାଲି ଏଭଳି ଏକ ଭୟଭୀତ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଗୌଡ଼ରାମା ପଞ୍ଚାୟତ କୁଳିପାଳ ଗ୍ରାମରେ ଘଟିଯାଇଛି। କୁଳିପାଳ ଗ୍ରାମର କଟିଆ ପ୍ରଧାନଙ୍କ ଘରେ ଦେଖିବାକୁ ମିଳିଥିଲା ନାଗରାଜଙ୍କ କୁକୁଡ଼ା ଶିକାର। ତାଙ୍କ ଘରେ ରଖିଥିବା କୁକୁଡ଼ା ଭାଡ଼ିରେ ଏକ ନାଗସାପ ପଶିଯାଇଥିଲା।ତାଙ୍କ କୁକୁଡା ଭାଡ଼ି ରେ ଥିବା ତିନୋଟି କୁକୁଡାକୁ ମାରିଦେଇଥିଲା ଏଥି ସହିତ ଅନ୍ୟ ଏକ କୁକୁଡାକୁ ଗିଳି ଦେଇଥିଲା। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡିଥିଲେ। ପରେ ସ୍ନେକ ହେଲ୍ପଳାଇନ କୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବାମାତ୍ରେ ବାରିପଦାର ଅଭିଜ୍ଞ ସାପଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଘଟଣାସ୍ଥଳରେ ପହଞ୍ଚି ଥିଲେ।ଏହାପରେ ବହୁ ଚେଷ୍ଟା ପରେ ସାପଟିକୁ ଧରି ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ଘଟଣା ସମ୍ପର୍କରେ ପ୍ରଚାର ହେବାରୁ ଏଭଳି ଦୃଶ୍ୟ ସ୍ୱଚକ୍ଷୁରେ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା କୁଳିପାଳ ଗାଁରେ।ଶେଷରେ ନାଗ ସାପକୁ ସୁରକ୍ଷିତ ଭାବରେ ଧରି ସୁରକ୍ଷିତ ଜାଗାରେ ଛାଡିଥିଲେ ସ୍ନେକ ହେଲ୍ପଳାଇନ ର କୃଷ୍ଣଚନ୍ଦ୍ର ଗୋଛାୟତ ।
