ଭୁବନେଶ୍ୱର, ନିରପେକ୍ଷ ଖବର:୧୫/୦୫/୨୦ ଶୁକ୍ରବାର:ଜାଣନ୍ତୁ ଅପଣଙ୍କ ରାଶି ଫଳ…..
ମେଷ: ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି । ଆଶାବାଦୀ ହେବେ । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିବ ।
ବୃଷ: ଆଜି ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ବର୍ଯ୍ୟଯୁକ୍ତ ହେବେ । ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ । ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ । ଧନଲାଭ ହେବ ।
ମିଥୁନ: ଦ୍ରବ୍ୟ ଲାଭର ସୂଚନା ମିଳୁଛି କିନ୍ତୁ ପଥରୋଧ ହୋଇପାରେ । ଚଞ୍ଚଳ ସ୍ବଭାବର ହେବେ । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି । କଥାବାର୍ତ୍ତାର ମାଧୁର୍ଯ୍ୟରେ ଅନ୍ୟମାନେ ମୋହିତ ହୋଇପାରନ୍ତି । ଜ୍ଞାନ-ଗରିମା, ସାହସୀ ଓ ଗୁଣଜ୍ଞ ହେବେ ।
କର୍କଟ: କାର୍ଯ୍ୟଭାର ଲାଘବ ହେବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଗୃହ ଓ ଯାନବାହନ ସୁଖ ମିଳିବ ।
ସିଂହ: ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ । ଦୟାଳୁ ସ୍ବଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ବୀ ହେବେ । ସରକାରଙ୍କ କୃପାପାତ୍ର ହେବେ ।
କନ୍ୟା: ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଦ୍ବାନ୍ ଓ ସାହସୀ ହେବେ ।
ତୁଳା: ଦାୟିତ୍ବରେ ପରିବର୍ତ୍ତନ ଘଟିବ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ବଭାବର ହୋଇପାରନ୍ତି । ସ୍ବାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଆଜି ସତର୍କତାର ସହ ଚଳିବାକୁ ପଡ଼ିବ ।
ବିଛା: ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ ।
ଧନୁ: ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ମକର: ଚଞ୍ଚଳ ପ୍ରକୃତିର ହୋଇ ପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ପତ୍ନୀଙ୍କ ସହାୟତା ମିଳିବ ।
କୁମ୍ଭ: ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି । ଉଦାର ସ୍ବଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି । ସ୍ବାସ୍ଥ୍ୟ ଭଲ ରହିବ । କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି ।
ମୀନ: ପୂର୍ବରୁ ସତର୍କ ହେବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ବଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହେବେ । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃ ସ୍ନେହ ରହିବ ।