ଭୁବନେଶ୍ୱର: ନିରପେକ୍ଷ ଖବର, ତା.୦୮/୦୩: ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଗୁରୁଦାୟୀତ୍ୱ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ କରିଛନ୍ତି । ବହୁ ବର୍ଷର ସଂସଦୀୟ
ଅନୁଭବ ଏବଂ ଅଭିଜ୍ଞତା ଆଧାରରେ ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁ ଦାୟୀତ୍ୱ ମିଳିଛି । ଶ୍ରୀ ପଣ୍ଡାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏ ପଦ ଦିିିଆଯାଇଛି । ରାଜ୍ୟରେ ବିଜେପିର ମିଶନ ୧୨୦+ ସଫଳ କରାଇବା ଲକ୍ଷ୍ୟ ନେଇ ପଣ୍ଡାଙ୍କୁ ଏହି ଦାୟୀତ୍ୱ ମିଳିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶାକୁ ପ୍ରାଧାନ୍ୟ ଦେବାର ଏହା ଏକ ମାଧ୍ୟମ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ।
