ବାରିପଦା(ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଏକ ଝୁଲନ୍ତା ଅବସ୍ଥାରେ ମୃତ୍ୟଦେହ ଉଦ୍ଧାର ହୋଇଛି। ଏପରି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ନାଗଭାଣ ଗ୍ରାମରେ। ମୃତକ ଜଣକ ହେଲେ ସେହି ଗ୍ରାମର ଗଣେଶ ବୈଠାଙ୍କ ପୁତ୍ର ଦେବ କୁମାର ବୈଠା। ମୃତ୍ୟ ଦେବ କୁମାର ବୈଠା ଙ୍କ ପରିବାରଙ୍କ କହିବା ସୂଚନା ଅନୁସାରେ କାଲି ସକାଳୁ ଘରେ ଚା ପିଇସାରି ଘରଭିତର ପଟୁ କବାଟ ବନ୍ଦ କରିଦେଇଥିଲେ, ଦେବ କୁମାର ବୈଠା। ତେବେ ତାଙ୍କୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖି ଘରଲୋକେ ତୁରନ୍ତ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ରାଇରଙ୍ଗପୁର ଟାଉନ ପୋଲିସ ଖବର ପାଇ ରାଇରଙ୍ଗପୁର ଚିକିତ୍ସାଳୟରେ ପହଞ୍ଚି ଘଟଣା ର ତଦନ୍ତ ଜାରି ଆରମ୍ଭ କରିଦେଇଛି, ଆତ୍ମହତ୍ୟା ନା ହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଥିବାବେଳେ ରାଇରଙ୍ଗପୁର ଟାଉନ ପୋଲିସ ତଦନ୍ତ ଜାରି ରଖିବା ସହିତ ମୃତ୍ୟ ଶରୀରକୁ ବ୍ୟବଛେଦ ପାଇଁ ଅନୁମତି ଦେଇଛି।
