ବାରିପଦା (ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯- ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ମୟୁରଭଂଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମର ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିର୍ପି ପୂର୍ତ୍ତି ଲାଇନ କଟିଯିବାପରେ ଡିବିରି ଜଳାଇ ତେଲ ଢାଳୁଥିବା ବେଳେ ଘରେ ଥିବା ଏକ ପେଟ୍ରୋଲ ଡ଼ିବାକୁ କିରୋସିନ ଭାବି ଢାଳିବାରୁ ହଠାତ ମାନି ଦେହରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଦୁଇଜଣ ଏହି ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ।ତେବେ ଏଥିରେ ଶାନ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।ତେବେ ସେମାନଙ୍କୁ ପ୍ରଥମେ ଉଦଳା ହସ୍ପିଟାଲରେ ଆଡ଼ମିଶନ କରାଯିବା ପରେ ସ୍ଥିତି ସଙ୍ଗୀନ ହେବାରୁ ବାରିପଦା prm ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସ୍ଥିତି ସ୍ବଭାବିକ ରହିଥିବାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।
