ବାରିପଦା(ନିରପେକ୍ଷ ଖବର)ତା-୧୧/ଅଗଷ୍ଟ/୨୦୧୯-ମୟୁରଭଞ୍ଜ ଜିଲ୍ଲା ବିଶୋଇ ଠାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଅଛି।ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଅଛି । ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।ମୃତ୍ୟୁ ଯୁବକଙ୍କ ବୟସ ପାଖାପାଖି ୨୫ ରୁ ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ଶରୀରର ହାତ ଓ ମୁହଁରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବାର ପୋଲିସ୍ ପକ୍ଷରୁ ସନ୍ଦେହ କରାଯାଉଛି । ବିଶୋଇ ଥାନା ତରଫରୁ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଅଛି । ପୋଲିସ୍ ପକ୍ଷରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛନ୍ତି ।
