ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ଗର୍ବିତ….
ଜାତୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ଏକମାତ୍ର ଯୁବକ ସୁବ୍ରତ ...
ବାରିପଦା(ନିରପେକ୍ଷ ଖବର)ତା-୧୩/ଅଗଷ୍ଟ/୨୦୧୯- ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ତଥା ଓଡ଼ିଶା ମାଟି ଆଜି ଗର୍ବିତ। ଜାତୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ଏକମାତ୍ର ଯୁବକ ସୁବ୍ରତ କୁମାର ଦାସ। ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଯୁବ ପ୍ରତିଭା ସମ୍ବର୍ଦ୍ଧନା ସଭାରେ ମୟୁରଭଞ୍ଜର ପୁଅ ଜାତୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ପୁରସ୍କାର ପ୍ରଦାନ କରିବା ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ।ମୟୁରଭଞ୍ଜ ଜିଲ୍ଲାର ଯୁବକ ଭାବେ ଆଜି ସେ ଜିଲ୍ଲା ତଥା ରାଜ୍ୟର ନାମ ରଖିଲେ।ଓଡିଶାର ଏକ ମାତ୍ର ଯୁବକ ଭାବେ ୨୦୧୬-୧୭ ବର୍ଷର ଜାତୀୟ ଯୁବ ପ୍ରତିଭା ପାଇଁ ମନୋନୀତ ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ତଖତପୁର ଅଞ୍ଚଳର ସୁବ୍ରତ କୁମାର ଦାସ । ଏନେଇ ୧୨ ତାରିଖ ତଥା ଆନ୍ତର୍ଜାତିକ ଯୁବ ଦିବସରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଯୁବ ପ୍ରତିଭା ସମ୍ବର୍ଦ୍ଧନା ସଭାରେ ତାଙ୍କୁ ସମ୍ମାନିତ କରାଯାଇଅଛି । ସୁବ୍ରତ ପିଲାଦିନରୁ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆଗ୍ରହ ରଖିଥିବା ବେଳେ କଲେଜ ପଢିବା ସମୟରେ ଜାତୀୟ ସେବା ଯୋଜନା ସହିତ ଜଡିତ ହୋଇଥିଲେ । ସେ ଜାତୀୟ ସେବା ଯୋଜନା ସହ ଜଡ଼ିତ ହୋଇ ଦୁଇ ଦୁଇ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ତିନି ଥର ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ପୁରସ୍କୃତ ହୋଇ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣି ଦେଇଥିଲେ । ଇଚ୍ଛା ଓ ଦୃଢ ବିଶ୍ବାସ ପାଇଁ ସର୍ବଭାରତୀୟ ସ୍ତରରେ ୨୦ ଜଣ ଯୁବକଙ୍କ ମଧ୍ୟରେ ଓଡ଼ିଶାରୁ ଏକ ମାତ୍ର ଯୁବକ ଭାବେ ସେ ସମ୍ମାନିତ ହୋଇଛନ୍ତି । ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ ସମ୍ବର୍ଦ୍ଧନା ସଭାରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ,ଜାତୀୟ ଯୁବ ବ୍ୟାପାର ସଚିବ ଉପମା ଚୌଧରି, ଜାତୀୟ ଯୁବ ବ୍ୟାପାର ଯୁଗ୍ମ ସଚିବ ଅସିତ ସିଂ ଉପସ୍ଥିତ ରହି ୨୦ ଜଣଙ୍କୁ ରାଷ୍ଟ୍ରୀୟ ଯୁଭା ପୁରସୃତ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ଓଡିଶାରୁ ସୁବ୍ରତ କୁମାର ଦାସ ପୁରସ୍କୃତ ହୋଇ ସାରା ଓଡିଶା ବାସୀଙ୍କ ପାଇଁ ଗୌରବ ରଖିଛନ୍ତି ବୋଲି କହିଛନ୍ତି ସୁବ୍ରତ କୁମାର ଦାସ।