Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଲିଖିତ ଚୁକ୍ତିନାମା ପରେ ଶବକୁ ମିଳିଲା ନ୍ୟାୟ

ଜାତିପ୍ରଥାକୁ କେନ୍ଦ୍ରକରି ଘରେ ଦୁଇଦିନ ପଡ଼ିରହିଲା ଶବ

0

ବାରିପଦା(ନିରପେକ୍ଷ ଖବର)ତା-୧୬/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାତିପ୍ରଥାକୁ କେନ୍ଦ୍ରକରି ଘରେ ଦୁଇଦିନ ପଡ଼ିରହିଲା ଶବ। ଘଟଣାସ୍ଥଳରେ ପୁଲିସ ପହଂଚି ଦୁଇ ପରିବାର ଭିତରେ ଲିଖିତ ଚୁକ୍ତିନାମା କରିବା ପରେ ଶବକୁ ନ୍ୟାୟ ମିଳିଛି। ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ କୁଚେଇ ଅଞ୍ଚଳରେ ଏଭଳି ଏକ ଲୋମହର୍ଷଣକାରୀ ଓ କୁସ୍ଚିତ ଘଟଣା ଦେଖିବାକୁ ମିଳିଛି। ମୂର୍ତ ମହିଳାଙ୍କର ବାପ ଘର ଓ ଶଶୁର ଘର ମଧ୍ୟରେ ପୂର୍ବରୁ ଚୁକ୍ତି ହୋଇଥିବା ଜାତିପ୍ରଥା ପଣ ବିବାଦର ସମାଧାନ ନହେବ ପର୍ଯ୍ୟନ୍ତ ମୃତ ଶରୀରର ଶବ ସତ୍କାର ନ କରାଇବାକୁ ଜିଦ ଧରି ବସିଥିଲେ ବାପଘର ଲୋକ। ଏଭଳି କଙ୍ଗାରୁ କୋର୍ଟର ଫାଇନ ଭଳି ଘଟଣା ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତ ୧୦ ବର୍ଷ ପୂର୍ବରୁ କୁଚେଇ ଅଞ୍ଚଳର କାନ୍ଦ୍ରା ସୋରେନ ପଳାଶବନି ଅଞ୍ଚଳର ପାର୍ବତୀ ସୋରେନକୁ ପ୍ରେମ ବିବାହ କରିଥିଲେ। ତେବେ ବିବାହ କରିବା ସମୟରେ ଜାତିପ୍ରଥା ନିୟମ ଅନୁସାରେ ବିବାହ କରିଥିବା କାନ୍ଦ୍ରା ସୋରେନ ପଣ ଦେଇନଥିଲେ।ଯେଉଁଥି ପାଇଁ ବିଭିନ୍ନ ସମୟରେ ଦୁଇ ପରିବାର ଭିତରେ ଗଣ୍ଡଗୋଳ ହେଉଥିଲା। ମାତ୍ର ଗତ କିଛିଦିନ ପୂର୍ବରୁ କାନ୍ଦ୍ରା ସୋରେନର ସ୍ତ୍ରୀ ପାର୍ବତୀ ସୋରେନଙ୍କ ଦେହ ଅସୁସ୍ଥତା ହୋଇପଡିଥିଲା। ଗତ କାଲି (ଗୁରୁବାର) ଭୋର ସମୟରେ ପାର୍ବତୀ ସୋରେନଙ୍କ ମୃତ୍ୟୁ ହୋଇଥିଲା। ମୁର୍ତ୍ୟୁ ଖବର ଶୁଣି ତା’ର ବାପଘର ଲୋକମାନେ ଝିଅର ଶଶୁର ଘରେ ପହଞ୍ଚିଥିଲେ। ପୂର୍ବରୁ ଦୁଇ ପରିବାର ମଧ୍ୟରେ କଥା ହୋଇଥିବା ଜାତିପ୍ରଥା ପଣ ବିବାଦର ସମାଧାନ ନହେଲେ ଶବ ସେହିଭଳି ପକେଇ ରଖିବାକୁ ଜିଦ ଧରି ବସିଥିଲେ। ଜାତିପ୍ରଥା ପଣ ଦେଲେ ଯାଇ ମୃତ ଶରୀର ଶବଦାହ କରିବାକୁ ସେମାନେ କହିଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଭଳି ପରିସ୍ଥିତି ଉପୁଜିଥିଲା। ମୃତ ପାର୍ବତୀ ସୋରେନଙ୍କ ସ୍ୱାମୀ କାନ୍ଦ୍ରା ସୋରେନ ଏହାର ସମାଧାନ ପାଇଁ ୩ ମାସ ସମୟ ମାଗିଥିଲେ। ହେଲେ କାନ୍ଦ୍ରା କଥାରେ ସହମତି ହୋଇନଥିଲେ ମୃତ ପାର୍ବତୀଙ୍କ ଘରଲୋକେ। ଫଳରେ ଶବର ସତ୍କାର ନକରି ବାସୀ ଶବକୁ ସେଭଳି ଘର ଭିତରେ ପକାଇ ରଖିଥିଲେ। ତେବେ ଘଟଣାର ଖବର ପାଇ ପ୍ରଥମେ କୁଳିଅଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାରକୁ ବୁଜାସୁଜା କରିଥିଲେ ମଧ୍ୟ ସେମାନେ କେହି ବୁଝିବାକୁ ରାଜି ହୋଇ ନଥିଲେ। ଫଳରେ ଦୁଇ ପରିବାର ମଧ୍ୟରେ ଆହୁରି ତିକ୍ତତା ବଢ଼ିବାରେ ଲାଗିଥିଲା। ପରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ବାରିପଦାରୁ ଯାଇ ଏହାର ସମାଧାନ ପାଇଁ ଦୁଇ ପରିବାର ମଧ୍ୟରେ ଏକ ଲିଖିତ ଚୁକ୍ତିନାମା କରାଇଥିଲେ। ଲିଖିତ ଚୁକ୍ତିନାମା ହେବା ପରେ ମୃତ୍ୟୁ ଶରୀରକୁ ବ୍ୟବଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନିଆଯାଇଥିଲା।
ତେବେ ଆଧୁନିକ ଭାରତରେ ଅନ୍ଧବିଶ୍ୱାସ ଓ କୁସଂସ୍କାରର ସ୍ଥାନ ନଥିବା ବେଳେ ମୟୁରଭଞ୍ଜରେ ଜାତିପ୍ରଥାକୁ ନେଇ ଦୁଇ ପରିବାର ମଧ୍ୟରେ ଉପୁଜିଥିବା ଏଭଳି ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

Mo sapath

Leave A Reply

Your email address will not be published.