Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

ଚର୍ଚ୍ଚାରେ ମୟୁରଭଞ୍ଜ ରାଜନୀତି

0

ବାରିପଦା(ନିରପେକ୍ଷ ଖବର)ତା- ୨୨/ଅଗଷ୍ଟ/୨୦୧୯- ସାଧାରଣ ନିର୍ବାଚନ ପରେ ପୁଣି ମୟୁରଭଞ୍ଜ ଜିଲ୍ଲା ରାଜନୀତି ସରଗରମ ହୋଇଛି। ଦୀର୍ଘ ଦିନର ନିରବତା ଏବେ ପୁଣି ଜିଲ୍ଲା ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବୁଧବାର ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧ୍ୟକ୍ଷ ଓ ଜାମଦା ବ୍ଲକ ଉପାଧକ୍ଷ ପଦବୀ ନିମନ୍ତେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡି ସମର୍ଥୀତ ପାର୍ଥି ବିଜୟୀ ହୋଇଛନ୍ତି। ଏହି ଦୁଇଟି ବ୍ଲକର ଅଧ୍ୟକ୍ଷ ଓ ଉପାଧକ୍ଷଙ୍କ ଅକାଳ ବିୟୋଗ ହେବା ପରେ ଦୀର୍ଘ ଦିନ ହେବ ଏହି ପଦବୀ ଖାଲି ପଡିଥିଲା। ସାଧାରଣ ନିର୍ବାଚନ ସମୟରେ ମୟୁରଭଞ୍ଜରେ ବିଜେପି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଉପ ନିର୍ବାଚନରେ ବିଜେପି ପାର୍ଥିମାନେ ପରାଜୟ ବରଣ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକରେ ବ୍ଲକ ଅଧ୍ୟକ୍ଷ ଭାବେ ସୁକେଶ୍ବର ମଢେଇ ନିର୍ଦ୍ବନ୍ଦ ନିର୍ବାଚିତ ହେବାପରେ ଦଳରେ ଆନନ୍ଦର ଲହରୀ ଖେଳିଯାଇଛି। ସେହିପରି ଜାମଦା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ସଂଗ୍ରାମ ମୁର୍ମୁଙ୍କ ହାତକୁ ଯାଇଛି। ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପି ସମର୍ଥୀତ ପ୍ରାର୍ଥୀ ଦୁଃଖୀଶ୍ୟାମ ହେମ୍ବ୍ରମଙ୍କୁ ୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ ଏମଡି ଜିଲାନିଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡିଥିଲା । ଏନେଇ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ମହାନ୍ତିଙ୍କ ଆହ୍ୱାନକ୍ରମେ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ ଉପସ୍ଥିତ ରହି ଦଳର ବିଜୟ ଉତ୍ସବ ପାଳନ କରିଥିଲେ।

Mo sapath

Leave A Reply

Your email address will not be published.