Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ମୟୁରଭଞ୍ଜ ଜିଲ୍ଲା ବିଜେଡି ସଙ୍ଗଠନ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପ୍ରତିଶ୍ରୁତି ଦେଲେ ଦେବାଶିଷ ମହାନ୍ତି

କୃଷି ନିଗମ ଅଧ୍ୟକ୍ଷ ହେବା ପରେ ଦଳୀୟକର୍ମୀମାନେ ତାଙ୍କୁ ଦେଲେ ଭବ୍ୟ ସମ୍ମଦ୍ଧନ

0

ବାରିପଦା,୨୩/୦୮(ନିରପେକ୍ଷ ଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଭାବେ ବିଜୁ ଜନତା ଦଳର ମୟୁରଭଞ୍ଜ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତିଙ୍କୁ ନିଯୁକ୍ତି ଦିଆଯିବାପରେ ଶ୍ରୀ ମହାନ୍ତି ଜିଲ୍ଲାକୁ ପ୍ରଥମ ଗସ୍ତ କରିଛନ୍ତି। ଏନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରି ଖେଳି ଯାଇଛି । ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାମାନେ ଶ୍ରୀ ମହାନ୍ତିଙ୍କୁ ଖୋଲା ଜିପରେ ବସାଇ ଏକ ବାଇକ ଶୋଭାଯାତ୍ରାରେ ବାରିପଦା ସହର ପରିକ୍ରମା କରାଇଥିଲେ। ଶ୍ରୀ ମହାନ୍ତି ବିଜୁପଟ୍ଟନାୟକ ଗୋଲେଇ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସେ ମାଲ୍ୟାପଣ କରିଥିଲେ। ପୁଣି ଶ୍ରୀ ମହାନ୍ତିଙ୍କୁ ରୋଡ ଶୋରେ ଦଳର ଜିଲ୍ଲା କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା। ସେଠାରେ ବିଜୁ ଯୁବ ଛାତ୍ର ସଙ୍ଗଠନର କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ସମ୍ମଦ୍ଧନା ସଭାରେ ଶ୍ରୀ ମହାନ୍ତି ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଦାଇତ୍ଵ ପାଇଁ ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାକୁ ସେ ସୁଚାର ରୂପେ ପାଳନ କରିବା ସହିତ ମନପ୍ରାଣ ଦେଇ ସଫଳ କରିବେ ବୋଲି କହିଥିଲେ। ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ନିଜ ଜୀବନକୁ ବାଜି ଲଗାଇଦେବେ ବୋଲି କହିଥିଲେ। ବିଜେଡ଼ିର ପୂର୍ବତନ ଛାତ୍ର ସଂସଦ ସଭାପତି ସଞ୍ଜୀବ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମଦ୍ଧନା ସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଜିଲ୍ଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ମହିଳା ସଭାନେତ୍ରୀ ବୀଣାପାଣି ସାହୁ, କାର୍ଯ୍ୟକାରୀ ସଭାପତି ସବିତା ବେହେରା, ରାଜ୍ୟ ମହିଳା ସମ୍ପାଦିକା ଶ୍ରାବଣୀ ଦାସ ପ୍ରମୁଖ ଉବୋଧନ ଦେଇଥିଲେ । ଛାତ୍ରନେତା ସିଦ୍ଧାର୍ଥ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ କୁମାର ନାୟକ, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସରୋଜ ମହାପାତ୍ର, ପୂର୍ବତନ ବରିଷ୍ଠ କାଉନସିଲର ପ୍ରଭାତ ମହାନ୍ତି,ଉତ୍ତର ଓଡ଼ିଶା ଜୋନର ଛାତ୍ର ଉପସଭାପତି ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ବାଇକ୍‌ ଶୋଭାଯାତ୍ରାରେ ନେତୃତ୍ବ ନେଇଥିଲେ । ବିଜେଡିର ବାରିପଦା ନଗର ସଭାପତି ଶଙ୍କରଷଣ ପଣ୍ଡା, ପ୍ରଶାନ୍ତ ପଟ୍ଟନାୟକ, ଅନନ୍ତ ଦାସ, ରତ୍ନାକର ବେହେରା, ସ୍ବରୂପ ପଟ୍ଟନାୟକ, ଦେବାଶିଷ ଦାସ, ବାପୁନ ଦାସ, ଦେବାଶିଷ ପାତ୍ର, ସନ୍ତୋଷ ପଟ୍ଟନାୟକ, ଛାତ୍ର ବିଜେଡି ସଭାପତି ଅଭୟ ସିଂ, ଜିଲ୍ଲାପରିଷଦ ସଦସ୍ୟ ସୁଧିର ବେହେରା, ସୁକୁମାରୀ ବାସ୍କେ, ଆସୋସିଏସନ୍ ସଭାପତି ଶାନ୍ତନୁ ଦାସ, ତପନ କର, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅରୁଣ ବରାଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମ୍ମଦ୍ଧନା ସଭାରେ ବିଜୁ ଜନତା ଦଳର ରାଜ୍ୟ ଛାତ୍ର ସମ୍ପାଦକ ଅବଦୁଲ ହବିବ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Mo sapath

Leave A Reply

Your email address will not be published.