ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ମଙ୍ଗଳବାର ସକାଳୁ ନିଜ ଘର ପଛପାଖରେ ଦୁଇ କୁନି ଝିଅ ଖେଳୁଥିବା ବେଳେ ଅଚାନକ ଏକ ମାଟି ଖଣାରେ ପଡିଯାଇଥିଲେ। ଘର ପଛ ପାଖରେ ଥିବା ମାଟିଖଣାରେ ବର୍ଷାପାଣି ପୂରଣ ହୋଇରହିଥିବାରୁ ଦୁଇ ଶିଶୁ ସେଥିରେ ବୁଡି ଯାଇଥିଲେ। ସେମାନେ ପାଣିରେ ବୁଡି ଯାଉଥିବା ଦେଖି ପରିବାର ଲୋକ ଚିତ୍କାରକରି ଗ୍ରାମବାସଙ୍କୁ ହୁଡ଼ି ପକାଇଥିଲେ। ଗ୍ରାମବାସୀମାନେ ପାଣିରେ ବୁଡିଯାଉଥିବା ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ମୃତ୍ୟୁର କାଳ ସେମାନଙ୍କୁ ଛାଡି ନଥିଲା। ଏଭଳି ଦୁଃଖଦ ଘଟଣା ପ୍ରସାରିତ ହେବାପରେ ଚାନ୍ଦୁଆ ଅଞ୍ଚଳ ସମେତ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ ବିଶ୍ବନାଥ ବେସରାଙ୍କ ଝିଅର ବୟସ ୨ ବର୍ଷ ହୋଇଥିବା ବେଳେ ମଦନ ବେସରାଙ୍କ ଝିଅକୁ ମାତ୍ର 3 ବର୍ଷ ହୋଇଥିଲା। ଠିକ ଭାବରେ ଦୁନିଆକୁ ବୁଝିବା ପୂର୍ବରୁ ମୂର୍ତ୍ୟୁ ସେମାନଙ୍କୁ କୋଳେଇ ନେଲାଥିଲା।
