ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ସମୀକ୍ଷ ବୈଠକରେ ଅଧକ୍ଷତା କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା
ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ନତ୍ତତ୍ୱ ବିଭାଗକୁ ନିର୍ଦେଶ
ବାରିପଦା,(ନିରପେକ୍ଷ ଖବର),୧୧/୦୯: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ ସମୀକ୍ଷ ବୈଠକରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରୀ ମାନ୍ୟବର ପ୍ରତାପ ଜେନା ଯୋଗଦେଇ ସେବୟତମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିର ଅତି ପୁରାତନ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତ୍ତତ୍ୱ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ | ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱେବସାଇଟ ଓ ସେବାୟତମାନଙ୍କ ସ୍ୱାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ। ବାରିପଦା ଜଗନ୍ନାଥ ମନ୍ଦିର କାର୍ଯ୍ୟକାରିତା ସଂପର୍କିତ ବୈଠକ ଭୁବନେଶ୍ୱରର ଲୋକସେବା ଭବନରେ ଆଇନମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତା କରି ଏନେଇ ବାରିପଦା ଉପଜିଲ୍ଲାପାଳଙ୍କୁ ପ୍ରତ୍ନତତ୍ତ୍ୱ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମନ୍ଦିର ଅତି ପୁରାତନ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତ୍ତତ୍ୱ ବିଭାଗ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଏବେ ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେଙ୍କ ଦେବୋତ୍ତର ଜମିରେ ବାରିପଦା ମୁନିସିପାଲିଟି ପକ୍ଷରୁ ଅର୍ଥ ଆଦାୟ କରାଯାଉଥିବା ଜଣାପଡିଛି। ମୁନିସିପାଲିଟି ଆଦାୟ କରୁଥିବା ଟଙ୍କର କିଛି ଅଂଶ ଏହି ମନ୍ଦିରକୁ ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏଥିସହିତ ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି ସେମାନେ ୧୯ ଧାରାରେ ନିୟମିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ଏଥି ନିମନ୍ତେ ଉଭୟେ ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ମିଳିତ ଭାବେ କାର୍ଯ୍ୟକରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ପ୍ରଥମେ ଧାରା ୨୫ରେ ସେମାନଙ୍କୁ ନୋଟିସ୍ ପଠାଇବାକୁ ବୈଠକରେ ସ୍ଥିର ହୋଇଥିଲା। ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱଏଵସାଇଟ ଓ ସେବାୟତମାନଙ୍କ ସ୍ୱାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହା ବ୍ୟତୀତ ଦେବୋତ୍ତର ଜମି ଯେଉଁମାନଙ୍କ ଅଧୀନରେ ଅଛି ସେମାନେ ୧୯ ଧାରାରେ ନିୟମିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତିା ଏଥି ନିମନ୍ତେ ଉଭୟେ ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ମିଳିତ ଭାବେ କାର୍ଯ୍ୟକରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଗାମୀ ଏକ ମାସ ମଧ୍ୟରେ ମନ୍ଦିର ୱଏଵସାଇଟ ଓ ସେବାୟତମାନଙ୍କ ସ୍ୱାସ୍ଥ୍ୟବୀମା କାର୍ଯ୍ୟ ଶେଷ ହେବ ବୋଲି ବୈଠକରେ ଉପଜିଲ୍ଲାପାଳ ପ୍ରକାଶ କରିଥିଲେ। ସେବାୟତମାନଙ୍କର ଯାହାକିଛି ସମସ୍ୟା ରହିଛି ସେ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବାରିପଦା ଉପଜିଲ୍ଲାପାଳ ଦେଵଜ୍ୟୋତି ପରିଡ଼ାଙ୍କ ସମେତ ଶ୍ରୀ ଶ୍ରୀ ବଳଦେବ ଜିଉ ବିଜେ ମନ୍ଦିରର ସେବାୟତମାନେ ଉପସ୍ଥିତ ଥିଲେ