Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

ଜାତୀୟ କଲର୍ସ ଚ୍ୟାନେଲ ର ଡ୍ୟାନ୍ସ ଦିୱାନେ ୨ ପ୍ରତିଯୋଗିତାରେ ଓଡ଼ିଆ ପୁଅର ଜଲୱା

ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ବାରିପଦାର କୁନି ଡ୍ୟାନ୍ସର ଓମ୍ ଶୁଭମ ମହାପାତ୍ର

0

ବାରିପଦା,୧୮/ସେପ୍ଟେମ୍ବର/୨୦୧୯(ନିରପେକ୍ଷ ଖବର): ଜାତୀୟ କଲର୍ସ ଚ୍ୟାନେଲର ଡ୍ୟାନ୍ସ ଦିୱାନେ-୨ ପ୍ରତିଯୋଗିତାରେ ଓଡ଼ିଶା ତଥା ବାରିପଦାର ଏକ ମାତ୍ର କୁନି ଡ୍ୟାନ୍ସର ଭାବେ ୧୦ ବର୍ଷର ବାଳକ ଓମ ଶୁଭମ ମହାପାତ୍ର ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଦିୱାନେ-୨ ପ୍ରତିଯୋଗିତାରେ ଓମ୍ ଶୁଭମ ମହାପାତ୍ର ଡ୍ୟାନ୍ସରେ ଜଲୱା ଦେଖାଇ ବଲିଉଡ୍‌ ସୁପରଷ୍ଟାର ମାଧୁରୀ ଦିକ୍ଷୀତ, ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ବଲିଉଡ଼ ଜଗତ ର ବହୁ ନାମୀଦାମୀ କଳାକାରମାନଙ୍କ ଠୁ ପ୍ରଶଂସିତ ହୋଇ ନିଜର ଏକ୍ତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

କଲର୍ସ ଚ୍ୟାନାଲରେ ଚଳିତ ମଇ ମାସରୁ ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ଦେଶର ୧୦୦ରୁ ଅଧିକ କୁନ ଡାନ୍ସରକୁ ପଛରେ ପକାଇ ସେ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମିଫାଇନାଲ ରାଉଣ୍ଡରେ ସେ ଡାନ୍ସରେ ଜଲୱା ଦେଖାଇ ଫାଇନାଲ ରାଉଣ୍ଡକୁ ପହଞ୍ଚି ୬ଜଣ କୁନି ଡାନ୍ସରଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ସେମି ଫାଇନାଲ ରାଉଣ୍ଡର ସୁଟିଂ ସରିଥିବା ବେଳେ ଆସନ୍ତା ଶନିବାର ଓ ରବିବାର ଦିନ ଏହାକୁ ଲାଇଭ ଟେଲିକାଷ୍ଟ କରାଯିବ ବୋଲି ସୂଚନା ମିଳିଛି । ଫାଇନାଲ ରାଉଣ୍ଡରେଥିବା ୬ ଜଣ କୁନି ଡ୍ୟାନ୍ସରକୁ ନେଇ ଏବେ ସୁଟିଂ ଚାଲିଥିବା ବେଳେ ଆସନ୍ତା ୨୮ ଓ ୨୯ ତାରିଖ ଦିନ କଲର୍ସ ଚ୍ୟାନାଲେରେ ଲାଇଭ ଟେଲିକାଷ୍ଟ କରାଯିବ ବୋଲି ଓମ୍ ଶୁଭମ ମହାପାତ୍ରଙ୍କ ବାପା ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବ୍ଲକର ପିତା ଅରବିନ୍ଦ ମହାପାତ୍ର ଓ ମାତା କୁଞ୍ଜ ଲତା ମହାପାତ୍ରଙ୍କ ପୁଅ ହେଉଛନ୍ତି ଓମ୍ ଶୁଭମ୍ ମହାପାତ୍ର । ଓମ୍ ଶୁଭମ ମହାପାତ୍ର ବାରିପଦା ସ୍ଥିତ ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟରେ ୬ ଷ୍ଟାଣ୍ଡାର ଛାତ୍ର ପ୍ରଥମ ହେଉଥିବା ବେଳେ ଏବେ ସେ ଜାତୀୟ କଲର୍ସ ଚ୍ୟାନଲର ଡାନ୍ସ ଦିୱାନେ ପ୍ରତିଯୋଗିତାରେ ଫାଇନାଲକୁ ଯାଇଛନ୍ତି । 

Blank space

ପୁଅ ଓମ ଶୁଭମର ଏଭଳି ସଫଳତା ଯାଇ ବାପା ଅରବିନ୍ଦ ବହୁତ ଗର୍ବିତ ଥିବା କହିଛନ୍ତି । ପୂର୍ବ ଜନ୍ମରେ କିଛି ଭଲ କାମ କରିଥିବାରୁ ଆଜି ପୁଅ ସାରା ଭାରତ ବର୍ଷରେ ଓଡ଼ିଶାର ନାଁ କୁ ଉଚ୍ଚା କରିପାରିଛି ବୋଲି ସେ କହିଥିଲେ। ପିଲା ଦିନରୁ ଡାନ୍ସକୁ ଆପଣେଇଥିବା ଓ ଶୁଭମ ଦିନେ ଜାତୀୟ ଟିଭି ଚ୍ୟାନାଲରେ ଭାଗ ନେଇ ମୟୁରଭଞ୍ଜ ଜିଲ୍ଲା ତଥା ସମର୍ଗ ଓଡ଼ିଶା ପାଇଁ ସୁନାମ ଆଣିବେ ବୋଲି ସେ କେବେ ଭାବି ନଥିଲେ ବୋଲି କହିଛନ୍ତି । ଜାତୀୟ କଳସ ଚ୍ୟାନାଲର ଚାଲିଥିବା ଡାନ୍ସ ଦିୱାନେ-୨ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡକୁ ଅତିକ୍ରମ କରାଇବା ପାଇଁ ଓମ୍ ଶୁଭ ମହାପାତ୍ରଙ୍କୁ ‘ଭିଓଓଟି’ କିମ୍ବା ‘ମାଇ ଜିଓ ‘ ଆପରେ ଶନିବାର କିମ୍ବା ରବିବାର ରାତି ୧୦ଟାରୁ ଦିନ ୧୦ ମଧ୍ୟରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ପିତା ଅରବିନ୍ଦ ମହାପାତ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Mo sapath

Leave A Reply

Your email address will not be published.