ବାରିପଦା(ନିରପେକ୍ଷ ଖବର)୦୧/୧୦/୧୯ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ର ଭାଳୁଘେରା ଜଙ୍ଗଲରେ ଆଜି ଏକ ହାତୀ ଛୁଆ ର ମୃତ ଶରୀର ଉଦ୍ଧାର ହୋଇଛି। ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ଝାରଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୫୦ ରୁ ଉର୍ଦ୍ଧ ହାତୀ ପଶ୍ଚିମବଙ୍ଗରୁ ଏହି ଜଙ୍ଗଲ ଦେଇ ଆସିଥିଲେ। ତେବେ ଗତ ୨୭ ତାରିଖ ଦିନରୁ ହାତୀ ଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଅଛି। ମୃତ ହାତୀ ଟି ଅଣ୍ଡିରା ହାତୀ ବୋଲି ଜଣାପଡ଼ିଥିବା ବେଳେ ବୟସ ପାଖାପାଖି ୪ ରୁ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଅଛି।ଆଜି ଭାଳୁଘେରା ଗ୍ରାମର କିଛି ଲୋକ ଜଙ୍ଗଲକୁ ଶାଳ ପତ୍ର ତୋଳି ବାକୁ ଯାଉଥିବା ସମୟରେ ମୃତ ହାତୀ କୁ ଦେଖିବାକୁ ପାଇଥିଲେ।ସେମାନେ ତାପରେ ବନଖଣ୍ଡ ଅଧିକାରୀକୁଁ ଖବର ଦେଇଥିଲେ।ସୂଚନା ପାଇବା ମାତ୍ରେ ବାରିପଦା ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିନ ଥିବା ବେଳେ ସ୍ବଭାବିକ ମୃତ୍ୟୁ ହୋଇଅଛି ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।ବନ ଅଧିକାରୀଙ୍କ ପ୍ରାଥମିକ ତଦନ୍ତ ପରେ ଦୁଇ ଦନ୍ତା ହାତୀ ଙ୍କ ଲଢେଇରେ ଛୁଆ ହାତୀ ର ମୃତ୍ୟୁ ହୋଇଥାଇ ପାରେ ବୋଲି କହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି।
