Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space

ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଖସି ଗଲେ ଅଭିଯୁକ୍ତ।

ଦାୟିତ୍ୱ ଅବହେଳା ପାଇଁ ୨ କର୍ମଚାରୀ ନିଲମ୍ବିତ।

0

ବାରିପଦା (ନିରପେକ୍ଷ ଖବର)ତା୨/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୋଲିସ ର ନିଷ୍କ୍ରିୟତା ପଦା ରେ ପଡିଛି।ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି।ପୋଲିସ ର ଦାୟିତ୍ୱ ହୀନତା ଓ ଅବହେଳା ପାଇଁ ବାରମ୍ବାର ମୟୁରଭଞ୍ଜ ଜିଲ୍ଲାରେ ଏଭଳି ସମସ୍ୟା ଦେଖା ଯାଉଥିଲେ ମଧ୍ୟ ପୋଲିସ ବିଭାଗ ହାତ ଯୋଡି ବସି ରହୁଥିଲା। କେତେବେଳେ ଥାନାକୁ ଆସୁଥିବା ଅଭିଯୋଗ କାରୀ ଙ୍କୁ ଦୁର୍ବ୍ୟବହାର କରା ଯାଉଥିଲା ତ ଆଉ କେତେବେଳେ ସୁରକ୍ଷାକର୍ମୀ ମଦ ପିଇ ଉନ୍ମୁକ୍ତ କାଣ୍ଡ ଘଟାଉଥିଲେ।ତେବେ ମୁଖ୍ୟମନ୍ତ୍ରୀ ଙ୍କ ‘ମୋ ସରକାର’ ଯୋଜନା ଆରମ୍ଭ ହେବା ପରେ ମୟୁରଭଞ୍ଜ ଜିଲ୍ଲାର ପୋଲିସ ତତ୍ପର ହୋଇଉଠିଛି।କିଛି ଦିନ ତଳେ ଜଣେ ମଦୁଆ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଗତକାଲି ଜଣେ ଅଭିଯୁକ୍ତ ବାରିପଦା ଟାଉନ ଥାନା ରୁ ଫେରାର ହେବା ଘଟଣାରେ ଦାୟିତ୍ୱ ରେ ଥିବା ୨ କନେଷ୍ଟବଳ ଙ୍କୁ ନିଲମ୍ବିତ କରିଯାଇଛି।ପୋଲିସଙ୍କ ହେପାଜତ ମଧ୍ୟରେ ଥିବା ଜଣେ ଅଭିଯୁକ୍ତ କିପରି ଫେରାର ହେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଟାଉନ ଥାନାର ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତ ରବିବାର ଚମ୍ପଟ ମାରିଥିଲେ। ତେବେ ଏହି ଘଟଣା ପରେ ନିଜ ଦାୟିତ୍ୱରେ ଅବହେଳା କରିଥିବା ୨ କନ୍‌ଷ୍ଟେବଳଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ କାର୍ଯ୍ୟରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ବିତ କନ୍‌ଷ୍ଟେବଳ ଦ୍ୱୟ ହେଲେ ଚିନ୍ମୟ ସାହୁ ଓ ମନ୍ଦାକିନୀ ବେହେରା।
ସୂଚନାଯୋଗ୍ୟ ଯେ,ବାରିପଦା ଟାଉନ ଥାନାରେ ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିଲା। ତେବେ ସବୁବେଳେ ବ୍ୟସ୍ତ ବହୁଳ ରହୁଥିବା ବାରିପଦା ଟାଉନ ଥାନାର କର୍ମଚାରୀ ଓ ଅଧିକାରୀଙ୍କୁ ଚକମା ଦେଖାଇ ରବିବାର ଅପରାହ୍ନ ୨ ଟା ବେଳେ ଅଭିଯୁକ୍ତ ଜଣକ ପୋଲିସ ହେପାଜତରୁ ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲା।

Mo sapath

Leave A Reply

Your email address will not be published.