ଛାତ୍ର ବୃତ୍ତି ହଡ଼ପ୍ ମିଥ୍ୟା ଘଟଣା…..
ନିଜ ଭୁଲ ସ୍ୱୀକାର କଲେ ଛାତ୍ରମାନେ,ଅନ୍ୟ ପ୍ରରୋଚନା ରେ କରିଥିଲେ ମିଥ୍ୟା ଅପପ୍ରଚାର...
ବାରିପଦା,ନିରପେକ୍ଷ ଖବର: ତା-୪/୧୦:ଚିତ୍ରଡା ପାଟପୁର ଠାରେ ଥିବା ଏସିଏସବି ଇଞ୍ଜିନିୟରିଂ କଲେଜରେ ହୋଇଥିବା ଛାତ୍ର ବୃତି ଟଙ୍କା ହଡପ୍ ଘଟଣା ସମ୍ବଦ୍ଧରେ ନିଜର ଭୁଲ୍ ବୁଝି ପାରିଲେ ଛାତ୍ର ମାନେ।ନିଜର ଅଭିଯୋଗ ବିରୁଦ୍ଧରେ ଏକ କ୍ଷମାପତ୍ର ପ୍ରଦାନ କରିଛନ୍ତି । ଗତ ୨୩ ତାରିଖ ଦିନ କିଛି ଛାତ୍ର ଏକ କୁଚକ୍ରୀଙ୍କ ହାତରେ ପଡି ଯାଇଥିଲେ ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଏସଏସବି ଇଂଜିନିୟରିଂ ବିରୋଧରେ ଛାତ୍ରବୃତି ଟଙ୍କା ହଡ଼ପ ହେଉଥିବା କହି ବାରିପଦା କୁ ବିନା ଦରଖାସ୍ତ ଛାତ୍ରମାନେ ଯାଇଥିଲେ ଏବଂ ସନ୍ଧ୍ୟାରେ ଅନୁଷ୍ଠାନରେ ପହଞ୍ଚିଥିଲେ ।
ଏସଏସବି କର୍ତ୍ତୁପକ୍ଷ ପୁରା ଦିନର ବିବରଣୀ ମାଗିବା ପରେ ସେମାନେ ଦେଇପାରି ନଥିଲେ । ଶେଷରେ ଛାତ୍ର ମାନେ କୁଚକ୍ରିଙ୍କ ପରାମର୍ଶକ୍ରମେ ବିରୋଧରେ ଚାଲିଚାଲି ଯାଇ ମୋରଡା ଥାନାରେ
ଅଭିଯୋଗ ଦେଇଥିଲେ ବୋଲି କହିଲେ।୨୪ ସେପ୍ଟେମ୍ବର ୨୦୧୯ର ଚାଲିଚାଲି ବାରିପଦାକୁ ଯାଇ ଜିଲ୍ଲାପାଳଙ୍କ ନିକଟରେ ଅନୁଷ୍ଠାନ ବିରୋଧ ପୁଣିଏକ ଅଭିଯୋଗ କରିଥିଲେ। ଏସମସ୍ତ ଘଟଣା ରେ କିଛି ରାଜନୈତିକ ନେତା ଏବଂ ସେହି ଅନୁଷ୍ଠାନର ପୂର୍ବତନ ଅଧ୍ୟାପକ ଏଜେଣ୍ଟ ଭଳି କାର୍ଯ୍ୟ କରିଥିଲେ । ବିଭିନ୍ନ ସୂତ୍ରରୁ ସତ୍ୟାସତ୍ୟ ସାମନାକୁ ଅସିବା ପରେ ଛାତ୍ରମାନେ ନିଜର ଭୁଲ ବୁଝିପାରି ଜିଲ୍ଲାପାଳଙ୍କୁ ଏକ କ୍ଷମା ପତ୍ର ଦେଇଛନ୍ତି ଏବଂ ଅନୁଷ୍ଠାନର ଛାତ୍ରମାନେ ସିରାମ କିସ୍କୁ, ବିଶ୍ୱନାଥ ମୁର୍ମ, ରଘୁରାମ ମାରାଣ୍ଡୀ,ହରବିନ୍ଦ ହାଁସଦା,ଦିଲ୍ଲିପ ମୁର୍ମୁ ଥାନା ରେ କରିଥିବା ଅଭିଯୋଗ ମଧ୍ୟ ଫେରସ୍ତ ନେଇଛନ୍ତି ।ଏଥିରୁ ଏହା କୁଚକ୍ରି ଗୋଷ୍ଠୀର ଏକ ପ୍ରରୋଚନା ରେ ହୋଇଥିବା କାର୍ଯ୍ୟ ବୋଲି ଜଣାପଡିଛି।ଛାତ୍ର ମାନେ ନିଜ ଭୁଲ ବୁଝିବା ସହିତ ପୂର୍ବ ଭଳି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବାର ପ୍ରତିଶୃତି ମଧ୍ୟ ଦେଲେ।