Blank space
Blank space
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ
Blank space

ପେଟ୍ରୋଲ ପାଇଁ ଅଧାବାଟରେ ଚାଲିଗଲା ପ୍ରସୂତିଙ୍କ ଜୀବନ….

ହସ୍ପିଟାଲ ରେ ଠିକ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ....

0

*ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର…..

ବାରିପଦା(ନିରପେକ୍ଷ ଖବର)ତା-୫/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଆଜି ଏମିତି ଏକ ଘଟଣା ଘଟି ଯାଇଛି ତାହା ଜାଣିଲେ ଆପଣଙ୍କୁ ଚକିତ କରିଦେବ। ପେଟ୍ରୋଲ ପାଇଁ ଜଣେ ଗର୍ଭବତୀ ମହିଳାଙ୍କର ଜୀବନକୁ ରକ୍ଷା କରାଯାଇ ପାରିଲା ନାହିଁ। ଆମ୍ବୁଲାନ୍ସରେ ତେଲ ସରିଯିବାରୁ ଅଧବାଟରେ ପ୍ରସୂତୀଙ୍କର ମୃତ୍ୟୁ ଘଟିଲା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରସୂତି ବେଦନାରେ କଷ୍ଟ ପାଉଥିବା ଗର୍ଭବତୀ ମହିଳାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଣାଯାଉଥିବା ବେଳେ ମଝି ରାସ୍ତାରେ ଆମ୍ଭୁଲାନ୍ସରେ ତେଲ ସରିଯାଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଜଣେ ଗର୍ଭବତୀ ମେଡିକାଲରେ ଠିକ ସମୟରେ ପହଞ୍ଚି ନ ପାରିବାରୁ ତାର ପ୍ରାଣବାୟୁ ଉଡିଯାଇଥିଲା। ସୂଚନା ମୁତାବକ ବାଙ୍ଗିରିପୋଷି ଥାନା ଅଧିନରେ ଥିବା ହାଣଦା ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ଗର୍ଭବତୀ ତୁଳସୀ ମୁଣ୍ଡା ଶୁକ୍ରବାର ଦିନ ପ୍ରସ୍ତୁତି ବେଦନା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଉପଯୁକ୍ତ ଚିକିତ୍ସା ନ କରି ତାଙ୍କୁ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଏହାପରେ ଗର୍ଭବତୀ ମହିଳାଙ୍କୁ ଧରି ପରିବାର ଲୋକେ ଆଜି ସକାଳୁ ବାରିପଦା ପିଆରଏମ ମେଡିକାଲକୁ ନେବାପାଇଁ କୋୖଣସି ସରକାରୀ ସୁବିଧା ମିଳିନଥିଲା। ଏପରିକି ପ୍ରସୂତୀଙ୍କ ସାଙ୍ଗରେ ଆସିବା ପାଇଁ ହସ୍ପିଟାଲରେ ନା କର୍ମଚାରି ଥିଲେ ନା ଜନନୀ ଏକ୍ସପ୍ରେସ, ‘୧୦୮’ ଆମ୍ବୁଲାନ୍ସର ବ୍ୟବସ୍ଥା ଉପଲବ୍ଧ ଥିଲା। ସରକାରୀ ସହାୟତା ନ ମିଳିବାରୁ ଶେଷରେ ବାଧ୍ୟହୋଇ ହସ୍ପିଟାଲର ଏକ ପୁରୁଣା ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ଅଣାଯାଇଥିଲା। ମାତ୍ର ଅଧା ରାସ୍ତାରେ ଆମ୍ଭୁଲାନ୍ସଟିରେ ତେଲ ସରିଯିବାରୁ ହସ୍ପିଟାଲରେ ପହଞ୍ଚୀ ପାରିନଥିଲା। ଆମ୍ବୁଲାନ୍ସ ଚାଳକ ପେଟ୍ରୋଲ ପକାଇବା ପାଇଁ ଗର୍ଭବତୀ ମହିଳାଙ୍କ ସ୍ୱାମୀ ଚିତ୍ତ ରଞ୍ଜନଙ୍କୁ ୨୦୦ ଟଙ୍କା ମାଗିଥିଲେ। ହେଲେ ଚିତ୍ତରଞ୍ଜନଙ୍କ ପାଖରେ ପଇସା ନଥିବାରୁ ସେ ଟଙ୍କା ଦେବାରେ ଅସମର୍ଥ ହୋଇଥିଲେ। ଯାହାଫଳରେ ୨ଘଣ୍ଟା ବିଳମ୍ବରେ ଅନ୍ୟ ଏକ ଆମ୍ବୁଲାନ୍ସ ମାଧ୍ୟମରେ ସେହି ଗର୍ଭବତୀଙ୍କୁ ବାରିପଦର ପିଆରଏମ ମେଡିକାଲକୁ ଅଣା ଯାଇଥିଲା। ହେଲେ ପ୍ରସୂତି ମହିଳା ଜଣଙ୍କ ଯନ୍ତ୍ରଣା ଛଟପଟ ହୋଇ ପିଆରଏମ ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ମେଡ଼ିକାଲ ଉତ୍ତେଜନା ପ୍ରକାଶ ପାଇବା ପରେ ଗର୍ଭବତୀ ମହିଳାର ଶବ ବ୍ୟବଚ୍ଛେଦ କରାଯାଇଥିଲା।
ତେବେ ରୋଗୀସେବା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ମୟୁରଭଞ୍ଜ ଜିଲ୍ଲାରେ ଘଟିଥିବା ଏହି ଦୁଃଖଦ ଘଟଣା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Mo sapath

Leave A Reply

Your email address will not be published.