ବାରିପଦା(ନିରପେକ୍ଷ ଖବର)ତା-୬/ଅକ୍ଟୋବର/୨୦୧୯-ଏହି ପାର୍ବଣ ଋତୁ ରେ ଧରା ଧାମରେ ବିଜେ କରିଛନ୍ତି ମା ଦଶଭୁଜା। ମାଆଙ୍କର ଆଶ୍ରିବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଲଗାଇଛନ୍ତି। ଧରାପୃଷ୍ଠରେ ଅବତରଣ କରିଥିବା କରୁନାମୟୀ ମାଆଙ୍କୁ ସହର ବିଭିନ୍ନ ପୂଜାମଣ୍ଡପର କର୍ମକର୍ତ୍ତା ମାନେ ସୁନା, ରୁପା, ଚାନ୍ଦିରେ ସଜେଇ ଦେଇଛନ୍ତି। ମାଆଙ୍କର ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ଏନେଇ ଚଳ ଚଞ୍ଚଳ ହୋଇଉଠିଛି ବାରିପଦା ସହର ସମେତ ସମଗ୍ର ରାଜ୍ୟ। ଭଳିକି ଭଳି ତୋରଣ ଓ ସାଜସଜ୍ଜା ରେ ଝଲସି ଉଠୁଛି ପୂଜା ସ୍ଥଳୀମାନ। ସହର ମଧ୍ୟରେ ଥିବା ପାଲବଣି,ତୁଳସୀଚଉରା,ଦାରୋଗାଡ଼ାହି ଗୋଲେଇ, ବଡ଼ବଜାର ଏମିତି କରି ସହର ରେ ୨୬ଟି ପୂଜା ପେଣ୍ଡାଲରେ ମାଆ ଦୁର୍ଗା ପୂଜା ପାଉଛନ୍ତି। ପୂଜା ମଣ୍ଡପରେ ୫ ଦିନ ଧରି ମା’ ଦୁର୍ଗାଙ୍କୁ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଷଷ୍ଠୀରେ ବିବରଣ, ସପ୍ତମୀରେ ପାରମ୍ପରିକ ବାଦ୍ୟଯନ୍ତ୍ରରେ ଘଟ ସ୍ଥାପନ କରାଯାଇଥିଲା। ଏହାପରେ ବିଧି ଅନୁଯାଇ ଆଜି ବେଦଜ୍ଞ ବ୍ରାହ୍ମଣମାନଙ୍କ ଦ୍ଵାରା ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି।ସୋମବାର ମାଆଙ୍କର ନବମୀ ପୂଜା ଓ ମଙ୍ଗଳବାର ଦଶମୀ ପୂଜା ଅନୁଷ୍ଠିତ ହେବ। ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଭକ୍ତମାନଙ୍କ ପାଇଁ କମିଟି ପକ୍ଷରୁ ଅଷ୍ଟମୀ, ନବମୀ ଓ
ଦଶମୀ ତିନି ଦିନ ବ୍ୟାପି ପ୍ରତ୍ୟହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ ପାଇଁ ନବମୀରେ ବହୁ ନାମୀ ଦାମୀ କଳାକାରଙ୍କ ଦ୍ବାରା ମେଲୋଡ଼ି ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଦଶହରା ପରଦିନ ଡିଜେ, ଡାକ, ଧୁମସା, ସିଂ ବାଜା ଓ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଶୋଭାଯାତ୍ରାରେ ମା’ଦୁର୍ଗାଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହେବ।
Breaking News/ମୁଖ୍ୟ ଖବର:
୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍ଘାଟିତଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ