Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ରାତି ପାହିଲେ ଆଲୋକର ପର୍ବ ପବିତ୍ର ଦୀପାବଳି

ହଜି ଯାଉଛି ପୁରୁଣା ସଂସ୍କୃତି ଓ ପରମ୍ପରା

0

ବାରିପଦା(ନିରପେକ୍ଷ ଖବର)ତା:୨୭/ଅକ୍ଟୋବର/୨୦୧୯- ପ୍ରଭୁ ଶ୍ରୀରାମଚନ୍ଦ୍ର ସ୍ୱର୍ଣ୍ଣଲଙ୍କାରୁ ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରି ଅଯୋଧ୍ୟାକୁ ଆସିଥିଲେ। ମାତା ସୀତା ଅଯୋଧ୍ୟାରେ ପହଂଚିବା ପରେ ସମଗ୍ର ଅଯୋଧ୍ୟାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ବିଜୟ ଦିବସକୁ ପାଳିବା ପାଇଁ ସମସ୍ତେ ଖୁସିରେ ଦୀପ ଜାଳି ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ସୀତା ମାତା ଙ୍କୁ ସ୍ୱାଗତ କରିଥିଲେ।

ସେହିଦିନଠାରୁ ଏହି ଦିବସକୁ ସମଗ୍ର ଭାରତ ବର୍ଷରେ ଆଲୋକର ପର୍ବ ଦୀପାବଳି ଭାବେ ପାଳନ କରାଯାଉଛି। ପୁଣି ଥରେ ରାତି ପାହିଲେ ସେହି ଆଲୋକର ପର୍ବ ପବିତ୍ର ଦୀପାବଳି ଆସି ପହଁଚି ଯାଇଛି। ଅମାବାସ୍ୟାର ଅନ୍ଧକାର ରାତିକୁ ଆଲୋକମାଳାରେ ସଜେଇ ଦେବ। ମାନବ ଭିତରେ ଥିବା ଲୋଭ, ପାପ, ମୋହ, ଅହଂକାର ରୂପି ରାକ୍ଷାସକୁ ଜଳିପୋଡି ପାଉଁଶ କରିଦେବ। କାହିଁ କେଉଁ କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ଏହି ଦୀପାବଳି ଉତ୍ସବକୁ ମୟୁରଭଞ୍ଜ ଜିଲ୍ଲା ସମତେ ସାରା ଭାରତ ବର୍ଷରେ ପାଳନ କରାଯାଉଛି। ଏହି ଦୀପାବଳି ଉତ୍ସବରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ତାଙ୍କ ଆତ୍ମାକୁ ମୁକ୍ତି ମିଳିବା ସହିତ ଆମେ କୋଟି ପୁଣ୍ୟ ଅର୍ଜନ କରନ୍ତି। ହେଲେ ଏବେ ଆଧୁନିକ ସମାଜରେ ଆଜି ନିଜର ପରିଚୟ ହରାଇବାକୁ ଯାଉଛି ଅନ୍ଧକାର ରାତିକୁ ଆଲୋକରେ ସୁସଜିତ କରୁଥିବା ଏହି ମାଟି ଦୀପ। କୌଳିକ ବୃତ୍ତି ହରାଉଛନ୍ତି ଦୀପ କାରିଗର ।

Blank space

ବଜାରର ଚାଇନା ଦୀପ ଏବଂ ପ୍ଲାଷ୍ଟିକ୍ ଦୀପର ବହୁଳ ବ୍ୟବହାର ହେଉଥିବା ବେଳେ ଏବେ ଦୀପ କାରିଗରଙ୍କ ଜୀବନ ଅନ୍ଧକାରଛନ୍ନ ହେବାକୁ ବସିଛି। ଆଉ ମାତ୍ର କେଇ ମୁର୍ହୂତ ପରେ ଆଲୋକର ପର୍ବ ଦୀପାବଳୀ ଆସୁଛି। ପୂର୍ବରୁ ଆଲୋକର ପର୍ବ ଦୀପାବଳୀରେ ଦୀପର ରହିଥାଏ ନିଆରା ଚାହିଦା । ଏହି ଚାହିଦାକୁ ଦୃଷ୍ଟିରେ ରଖି କୁମ୍ଭାର ପରିବାର ମାଟି ଦୀପ ଏବଂ ବିଭିନ୍ନ ସାମଗ୍ରୀ ତିଆରି କରି ସଜେଇ ରଖିଛନ୍ତି। ମାତ୍ର ବଜାରକୁ ଚାଇନା ଦୀପ ଓ ବିଭିନ୍ନ ପ୍ରକାରର ଆଧୁନିକ ମହମବତୀ ଆସିବା ପରେ ଏହି ମାଟି ଦୀପର ଆଦର କମିବାରେ ଲାଗିଛି। ଫଳରେ ମାଟିରେ ଦୀପ ତିଆରି କରି ନିଜର କୌଳିକ ବୃତିକୁ ପାଥେୟ କରି ପରିବାର ପୋଷୁଥିବା କାରିଗରମାନେ ଏବେ ଚିନ୍ତାରେ।କାହିଁ କେଉଁ କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ଦୀପର ରହିଛି ସ୍ୱତନ୍ତ୍ର ପରିଚୟ । ତେବେ ପୂଜାପର୍ବ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଓଡ଼ିଆ ଘରେ ଏହି ମାଟି ଦୀପର ଖୋଜା ପଡିଥାଏ । କିନ୍ତୁ ଏବେ ସେସବୁ ଆଉ ଦେଖାଯାଉନି। ଆଧୁନିକ ସମାଜରେ ଆମେ ନିଜକୁ ନିଜେ ହଜାଇ ଦେଇ ପୁରୁଣା ସଂସ୍କୃତି ଓ ପରମ୍ପରାକୁ ଭୁଲିବାକୁ ବସିଛେ।

 

Mo sapath

Leave A Reply

Your email address will not be published.