ବାରିପଦା(ନିରପେକ୍ଷ ଖବର)ତା-୧/ନଭେମ୍ବର/୨୦୧୯-ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ।ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଶୁକ୍ରବାର ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ହାତୀ ପିଠିରେ ବସି ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ। ଅଗ୍ରୀମ ବୁକିଙ୍ଗ କରି ରାତ୍ରି ଯାପନ କରିବା ସହ ୱଚ ଟାୱାର ରୁ ବନ୍ୟଜନ୍ତୁ କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। ଅନ୍ୟପକ୍ଷରେ ପ୍ରଥମ ଦିନରେ ଶିମିଳିପାଳ
ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇ ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ଷା ଋତୁ ପାଇଁ ଗତ ଜୁନ ୧୫ ତାରିଖ ରୁ ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯଟକଙ୍କ ଖୋଲିଛି। ଦୀର୍ଘ ସାଢ଼େ ଚାରିମାସର ବ୍ୟବଧାନ ପରେ ପର୍ଯ୍ୟଟନ ୠତୁ ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ। ପ୍ରତ୍ୟେକ ଦିନ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ସକାଳ ୬ ଟା ରୁ ୯ ଟା ମଧ୍ୟରେ ବାରିପଦା ପଟୁ ପିଠାବଟା ଗେଟ ଦେଇ ସର୍ବାଧିକ ୨୫ ଟି ଚାରିଚକିଆ ଯାନ ଓ ଜଶିପୁରର କୁଳିଆଣି ଗେଟ ରେ ସର୍ବାଧିକ ୩୫ ଟି ଯାନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କାରାଯାଇଛି। ତେବେ ବିଗତ କିଛି ବର୍ଷ ମଧ୍ୟ ଆଜି ପ୍ରଥମ ଦିନରେ ଅଧିକ ପର୍ଯ୍ୟଟକ ଅଭୟାରଣ୍ୟକୁ ପ୍ରବେଶ କରିଛନ୍ତି ବୋଲି କହିଛନ୍ତି ରେଞ୍ଜର। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ପର୍ଯ୍ୟଟକଙ୍କ ପ୍ରତ୍ୟେକ ଗାଡ଼ିରେ ଜଣେ ଗାଇଡ଼ ବାଧ୍ୟତାମୂଳକ କରାଯାଇଛି ବୋଲି ପିଠାଵଟା ରେଞ୍ଜ ଅଫିସର ଉଗ୍ରସନ ଜେନା ସୂଚନା ଦେଇଛନ୍ତି।
