Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଅଭିଯୋଗ କାର୍ଯ୍ୟକ୍ଷମ ନହବାରୁ ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ।

ଛାତ୍ରୀ ନିବାସରୁ ମହିଳା ଅଧ୍ୟାପିକାଙ୍କ ଝୁଲନ୍ତା ଅବସ୍ଥା ରେ ମୃତଦେହ ଉଦ୍ଧାର।

0
Advertising:

ବାରିପଦା(ନିରପେକ୍ଷ ଖବର)ତା-୧/ଡ଼ିସେମ୍ବର/୨୦୧୯-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହେବାପରେ କାର୍ଯ୍ୟାନୁଷ୍ଠାନ। ଝାରପୋଖରିଆ IIC ଶରତ ମହାଳିକଙ୍କୁ SP ଅଫିସକୁ ବଦଳି ସହିତ କେସର ତଦନ୍ତକାରି ଅଫିସର ପ୍ରଶାନ୍ତ ସ୍ବାଇଁକୁ ସସପେଣ୍ଡ କଲେ ଜିଲ୍ଲା ଆରକ୍ଷୀଅଧିକ୍ଷକ। ଦୁଷ୍କର୍ମ ଅଭିଯୋଗର ପ୍ରାୟ ଏକ ମାସ ପରେ ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁକୁ କଟକରୁ ଗିରଫ କଲା ପୋଲିସ । ଗତକାଲି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ନିବାସ ରେ ଝୁଲନ୍ତା ଅବସ୍ଥା ରେ ମୃତ ଅଧ୍ୟାପିକା ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟ ର କଣ୍ଟ୍ରାକଚୁଆଲ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ। ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନଂ ୮ ରେ ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରୀ ଭୋଜନ ପାଇଁ ଛାତ୍ରୀ ନିବାସ ର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମାନେ ମିଶି କବାଟ ଟିକୁ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତୃପକ୍ଷ ଙ୍କୁ ସୂଚନା ଦେଇଥିଲେ। କଲେଜ କର୍ତୃପକ୍ଷ ଏନେଇ ରାଇରଙ୍ଗପୁର ଟାଉନ ପୋଲିସ କୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଏସଡିପିଅ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହ କୁ ଉଦ୍ଧାର କରି ତେବେ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ମୃତ ଅଧ୍ୟାପିକା ଜଣକ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପାଣ୍ଡରା ଗ୍ରାମର ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ଯେ କାଳୀପୂଜା ସମୟରେ ନିଜ ସମ୍ପକୀୟ ଘର କେନ୍ଦୁଝରକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଘଟଣା ପରେ ସେ ନ୍ୟାୟ ନପାଇଥିବାରୁ ମାନସିକ ଚାପରେ ଥିବାର ସୂଚନା ମିଳିଛି ।

Mo sapath

Leave A Reply

Your email address will not be published.