ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି..
ଅଭିଯୋଗ କାର୍ଯ୍ୟକ୍ଷମ ନହବାରୁ ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା

ବାରିପଦା(ନିରପେକ୍ଷ ଖବର)ତା-୦୨/୧୧-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ଗତକାଲି ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ଝାରପୋଖରିଆ ଆଇ ଆଇ ସିଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଗତ ଅକ୍ଟୋବର ୩୦ ତାରିଖରେ ଅଧ୍ୟାପିକା ଜଣଙ୍କ ଦୁଷ୍କର୍ମ କରାଯାଇଥିବା ନେଇ ମୃତ ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ମହିଳା ଜଣଙ୍କ ଲୋକ ଅପବାଦ ସହି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଜଣାପଡିଛି।
ଏନେଇ ଭାରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି, ଏଭଳି ସ୍ପର୍ଶକାତର ଘଟଣାରେ ପୋଲିସ ଆକ୍ସନର ତର୍ଜମା କରିବାକୁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ଅବହେଳା ନଦେଖାଇ ଗୁରୁତର ସହ ତଦନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ଡିଜିପି । ଗତକାଲି ରାଇରଙ୍ଗପୁର ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁଙ୍କୁ ଗିରଫ କରିଯାଇଥିଲା । ଏହାପରେ ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ବନ କରାଯାଇ ହେଡକ୍ୱାର୍ଟରକୁ ବଦଳି କରାଯାଇଥିଲା ।
