
ବାରିପଦା(ନିରପେକ୍ଷ ଖବର)-ତା-୩/ଡ଼ିସେମ୍ବର/୨୦୧୯-ବାଙ୍ଗିରିପୋଷିରୁ ବାଲେଶ୍ୱର ଅଭିମୁଖେ ଯିବାକୁ ଥିବା ଡ଼ିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅପରାହ୍ନ ୧:୧୦ ରେ ଛାଡିବା ପରିବର୍ତ୍ତେ ବାଙ୍ଗିରିପୋଷିରେ ଅଟକି ରହିଛି। ଡ଼ିଏମୟୁ ଟ୍ରେନ ରେ ଯିବାକୁ ଥିବା ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଷ୍ଟେସନରେ ଅଟକି ରହିଛନ୍ତି। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।
ସେପଟେ ଡ଼ିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଫୋମ ମାଧ୍ୟମରେ ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ଦିବା ୧ ଘଟିକା ସମୟରେ ଇଲେକ୍ଟ୍ରିକାଲ ସଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।
