
ବାରିପଦା(ନିରପେକ୍ଷ ଖବର)ତା-୦୩/ଡ଼ିସେମ୍ବର/୨୦୧୯-ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀନିବାସ ଘଟିଥିବା ଅଧ୍ୟାପିକା ଆତ୍ମହତ୍ୟା ଘଟଣା।ଏହା ପ୍ରକୃତରେ ଆତ୍ମହତ୍ୟା କିମ୍ବା ଷଡଯନ୍ତ୍ର ଜନିତ ହତ୍ୟା ତାହାର ଗୁମର ଏବେ ଯାଏ ଖୋଲି ନଥିବା ବେଳେ ଆଜି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ଡ. ମିନତୀ ବେହେରା ଆସି ପହଁଚିଥିଲେ ଝାରପୋଖରୀଆ ଠାରେ । ପ୍ରଥମେ ମୟୂରଭଞ୍ଜ ଏସ ପି ସ୍ମିଥ ପି ପରମାର ଙ୍କ ସହ ଏ ଘଟଣା ବାବଦରେ ଆଲୋଚନା କରିଥିଲେ।ଏହାପରେ ଝାରପୋଖରିଆ ଥାନା ଏବଂ ପରେ ମୃତ ଅଧ୍ୟାପିକାଙ୍କ ଗ୍ରାମ ଘର ପାନ୍ଧଡା ଯାଇ ପରିବାରବର୍ଗଙ୍କୁ ଭେଟିଥିଲେ । ପୋଲିସର ଦାୟିତ୍ୱହୀନତା ଯୋଗୁଁ ଏହି ଘଟଣା ଘଟିଥିବାର କହିଥିଲେ । ମୃତ ଅଧ୍ୟାପିକା କିଭଳି ନ୍ୟାୟ ପାଇବେ ସେ ଦିଗରେ ମହିଳା କମିଶନ ତରଫରୁ ଆନୁସଙ୍ଗିକ ଅନୁଧ୍ୟାନ କରାଯିବା ସହିତ ଦୋଷୀ ଏଭଳି ଦଣ୍ଡ ପାଇବା ଦରକାର ଯେପରି ଭବିଷ୍ୟତରେ ଅନ୍ୟ କେହି ଏଭଳି କାର୍ଯ୍ୟ କରିବାକୁ ସାହସ କରିବେନି ବୋଲି କହିଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଙ୍କ ସମେତ ଅତିରିକ୍ତ ପୋଲିସ ଏସ ପି ବିଜୟା ବାରୱ ଏବଂ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକଙ୍କ ସହ ଏକ ତିନି ଜଣିଆ ଟିମ୍ ଜିଲା କୁ ଆସିଛନ୍ତି।ଏଥି ସହିତ ବିଜେପି ନେତୃବୃନ୍ଦ ମଧ୍ୟ ପୀଡିତଙ୍କ ପରିବାର ଵର୍ଗ ଙ୍କୁ ଭେଟିଛନ୍ତି ।ଏଥିରେ ସାରସକଣା ବିଧାୟକ ଡ.ବୁଢାନ ମୁର୍ମୁ ଏବଂ ଭାଜପା ଜିଲ୍ଲା ସଭାପତି ଡ.କୃଷ୍ନଚନ୍ଦ୍ର ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।ବିଧାୟକ ଶ୍ରୀ ମୁର୍ମୁ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ଏହିଭଳି ଦୁଃଖଦ ଘଟଣା ଘଟିଥିବାର ପ୍ରକାଶ କରିଛନ୍ତି ।
