
ବାରିପଦା(ନିରପେକ୍ଷ ଖବର)ତା-୦୫/୧୨/୨୦୧୯-ମୟୁରଭଞ୍ଜ ର ପିଛା ଛାଡ଼ୁନି ଦୁଷ୍କର୍ମର କଳଙ୍କ।ପୁଣି ରାସ୍ତାରୁ ଟେକି ନେଇ ଜଙ୍ଗଲ ରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତା । ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରିଆ ଥାନା ଅଞ୍ଚଳରୁ। ଝାରପୋଖରିଆ ଥାନା ଅଞ୍ଚଳର ଘିଆଯୋଡି ଗ୍ରାମର କିଚକେଶ୍ୱରୀ ଦେହୁରୀ(୩୩ବର୍ଷ)ଙ୍କୁ ଗିରଫ କରିଛି ପୋଲିସ। ମହିଳାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ରାସ୍ତାରୁ ଉଠାଇନେଇ ଜଙ୍ଗଲ ଭିତରେ କିଚକେଶ୍ୱରୀ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ଯାହାକୁ ଭିତ୍ତିକରି ୧୫୦/୨୦୧୯ରେ ମାମଲା ରୁଜୁ କରି ଦୁଷ୍କର୍ମ ଅଭିଯୋଗରେ ଆଇପିସି ଧାରା ୩୭୬ ଓ ୩୯୪ ଅନୁସାରେ ଅଭିଯୁକ୍ତକୁ ଗିରଫ କରି ମେଡିକାଲ କରି ଆଜି କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୋଲିସ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ପୀଡିକୁ ଗତକାଲି ରାତିରୁ one stop ହୋମରେ ରଖି ଆଜି ମେଡିକାଲ ଏବଂ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି।
