
ବାରିପଦା:(ନିରପେକ୍ଷ ଖବର)ତା-୫/୧୨/୧୯: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିବାକୁ ଆସି ଆହାର କେନ୍ଦ୍ରରେ ଡାଲମା,ଭାତ ଖାଇଲେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର। ଆଜି ଅଚାନକ ସେ ମେଡିକାଲ ପରିଦର୍ଶନରେ ଆସି ଆହାର କେନ୍ଦ୍ରରେ ଭୋଜନ କରିବା ସହ ମେଡିକାଲ ପରିସରକୁ ବୁଲି ଦେଖିଥିଲେ। ଶ୍ରୀ କୁମାର ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ଦାଇତ୍ୱରେ ଥିବାବେଳେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୋଡ଼ାଲ ଅଫିସର ମଧ୍ୟ ଅଛନ୍ତି। ସୁରେନ୍ଦ୍ର କୁମାରଙ୍କ ସହ ମୟୁରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଓ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ମହାପାତ୍ର ଉପସ୍ଥିତ ରହି ରୋଗୀସେବା କିପରି ଚାଲିଛି ଏବଂ ମେଡ଼ିକାଲ କଲେଜ ରେ ଚିକିତ୍ସିତ ହେଉଥିବା ରୋଗୀମାନେ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ସେ ସବୁ ର ତଦାରଖ କରିଥିଲେ।
ଏହାପରେ ସମସ୍ତେ ମେଡିକାଲ କଲେଜ ପାଖରେ ଥିବା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଡାଲମା ଭାତ ଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ରାଜ୍ୟ ସରକାରଙ୍କ ମୋ ସରକାର ଓ 5ଟି ଯୋଜନା ରେ ଲୋକେ କେତେ ସୁଫଳ ପାଉଛନ୍ତି ତାହା ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ଗସ୍ତ ବୋଲି ଜଣାପଡିଛି।
