ବାରିପଦା,ନିରପେକ୍ଷ ଖବର:(୧୮/ଜୁଲାଇ/୨୦୧୯) ଭିଜିଲାନ୍ସ ଜାଲରେ ପଡିଲେ ମୟୁରଭଞ୍ଜ ଜିଲ୍ଲାର ସହକାରୀ ଯନ୍ତ୍ରୀ। ବାରିପଦାସ୍ଥିତ ଖୁଦ୍ରଜଳସେଚନ ବିଭାଗରେ କାର୍ଯ୍ୟରତ ଥିବା ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ହେଲେ ହୃଦେଶ୍ୱର ବେହେରା ବାରିପଦାରେ ଥିବା ତାଙ୍କ ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ ଏବଂ କପ୍ତିପଦା ବାସଭବନ ଓ ଶଶୁର ଘର ସମେତ ୫ ଟି ଜାଗାରେ ୨୫ ଜଣିଆ ଭିଜିଲାନ୍ସ ଟିମ ର ଚଢ଼ାଉ ଜାରିରହିଛି।ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଅଧିକାରୀମାନେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଠାରୁ ଆରମ୍ଭ କରି ବିପୁଳ ଟଙ୍କା ଜବତ କରିଥିବା ଜଣାପଡିଛି। କୋଟିପତିଙ୍କ କାର୍ଯ୍ୟାଳୟ , କଂଭେଣ୍ଟ ସ୍ଥିତ ବାସଭବନ , ବାଙ୍ଗିରିପୋଷି ଚନ୍ଦନପୁରରେ ଥିବା ଶଶୁର ଘର , କପ୍ତିପଦା ନୁଧୁଡିହାରେ ପୈତୃକ ଘର ଓ ଭୁବନେଶ୍ୱର ରେ ଥିବା ଏକ ଫ୍ଲାଟ ଆଦିରେ ଚଢ଼ାଉ ହୋଇଥିବା ଖବର ମିଳିଛି।
