
ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯- ଜଣେ ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ। ମୟୁରଭଞ୍ଜରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି।ନାବାଳକ ଜଣକ ନାବାଳିକା କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରିଆ ଥାନା ଅଞ୍ଚଳରୁ। ସୂଚନା ଅନୁସାରେ ନାବାଳିକା ଜଣକ ଖେଳିବାକୁ ଯାଇଥିବା ବେଳେ ଅନ୍ୟ ନାବାଳକ ଜଣକ ତାକୁ ଦୁଷ୍କର୍ମ କରିଥିଲା।ଏହାକୁ ନେଇ ନାବାଳିକାର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଝାରପୋଖରିଆ ପୁଲିସ ୧୫୩/୨୦୧୯ରେ ଏକ ମାମଲା ରୁଜୁ କରିଯାଇଛି। ପୁଲିସ ପକ୍ଷରୁ ଜଣକୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି।
