
ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯-ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲରେ ଏକ ମଲା ହାତୀ ପଡିଥିବା ଠାବ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ର ଜେନାବିଲା ରେଞ୍ଜ ଅଧିନ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ଜଳପ୍ରପାତର ବାମ ପାର୍ଶ୍ୱ ରେ ଏହି ହାତୀ ମରି ପଡିଥିବାର ଜଣାପଡିଛି। ତେବେ ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ହାତୀ ଟିର ମୃତ୍ୟୁ ପାଞ୍ଚ ରୁ ଛଅ ଦିନ ହେବ ମୃତ୍ୟୁ ହେଇଛି। ଉକ୍ତ ଘଟଣାକୁ ନେଇ ଅଞ୍ଚଳବାସୀ ଖବର ଦେବା ପରେ ବନବିଭାଗ ଘଟଣା ସ୍ଥଳ ରେ ପହଁଚି ହାତୀଟି କେମିତି ମଲା ଆଉ କିଏ ମାରିଲା ତାହାର ତଦନ୍ତ କରୁଛି। ସୂଚନା ଅନୁଯାଇ ଏହି ମଲା ହାତୀଟି ମାଇ ହୋଇଥିବା ବେଳେ ବର୍ତମାନ ସୁଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
