
ବାରିପଦା:(ନିରପେକ୍ଷଖବର),୧୩/୧୨/୧୯: ସହି ପାରିଲାନି କଷ୍ଟ ଆଉ ଯନ୍ତ୍ରଣା। ଦୀର୍ଘ ବର୍ଷ ଧରି HIV ରୋଗୀରେ ପୀଡିତ ହୋଇ ବଞ୍ଚିବାକୁ ଚାହିଁଲା ନାହିଁ ଜଣେ HIV ରୋଗୀ। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ। ଏଭଳି ଏକ ଅଭାବନୀୟ ଘଟଣା ତିରିଙ୍ଗ ଥାନା ସୁନାପୋଷି ଗ୍ରାମରେ ଘଟିଛି। ମୃତକ ଯୁବକ ଜଣଙ୍କ ହେଲେ ରବିନ୍ଦ୍ର ତାମୁଡ଼ିଆ। ମୃତକଙ୍କ ପରିବାରରେ କେହି ନ ଥିବାରୁ ଗାଁ ମୁଣ୍ଡରେ ଏକୁଟିଆ ରହୁଥିଲେ। ତେବେ ଦୀର୍ଘ ଦିନ ହେଲା ଚିକିତ୍ସିତ ହୋଇ ଆସୁଥିଲେ। ହେଲେ ଆଶ୍ୱାସନା ଦେବାକୁ କେହି ବି ନ ଥିଲେ। ଫଳରେ ମାନସିକ ଚାପରେ ରହି ନିଜ ଜୀବନକୁ ସେ ଜାଳିଦେଲେ। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ସେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇ ଜୀବନ ହାରିଦେଇଥିବା ଜଣାପଡିଛି। ନିଆଁରେ ତାଙ୍କ ଦେହ ପ୍ରାୟ ଅଶୀ ଭାଗ ଜଳି ଯାଇଥିବା ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା କୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ବଚାଇ ପାରି ନ ଥିଲେ। ଶେଷରେ ସେ ଚିର ନିଦ୍ରାରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।
