
ବାରିପଦା(ନିରପେକ୍ଷ ଖବର)ତା-୨୦/ଡ଼ିସେମ୍ବର/୨୦୧୯-ଆଜି ମୟୁରଭଞ୍ଜ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ମୂଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାମର ତଦାରଖ କରିବା ସହିତ ଅଧିକାରୀ ମାନଙ୍କ ସହ ସେ ଆଲୋଚନା କରିଛନ୍ତି।ଏଥି ସହିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିଦର୍ଶନ କରି ହସ୍ପିଟାଲର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ କର୍ତ୍ତୁର୍ପକ୍ଷଙ୍କ ଠାରୁ ବୁଝିଥିଲେ।ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ର ବିଭିନ୍ନ ବ୍ୟବସ୍ଥା ଓ ଅବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।ଜନସାଧାରଣ ଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗ କିପରି କାର୍ଯ୍ୟ ହେଉଛି ତାହାର ତଦାରଖ କରିଛନ୍ତି। ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଡ଼ାଏଲୋସିସ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଉପସ୍ଥିତ ଥିଲେ।
