ବାରିପଦା(ନିରପେକ୍ଷ ଖବର)ତା୧୬/୦୧/୨୦୨୦-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।ଦିବଲୋକ ରେ ବିଚ ରାସ୍ତାରେ ଚୁରା ମାଡ କଲେ ଯୁବକ।ଯାହା ଫଳରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରି ବସି ରହିଛନ୍ତି।ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟ ର ଟ୍ରକ ବସ ସବୁ ଅଟକି ରହିଛି।ସ୍ଥାନୀୟ ଲୋକଙ୍କ ଦାବି ଯେ ଜିଲ୍ଲାପାଳ ଘଟଣା ସ୍ଥଳ କୁ ଆସି ଘଟଣା ର ସମାଧାନ କରନ୍ତୁ।ଏହି ଦାବିରେ ଅବରୋଧ କରି ବସିଥିଲେ।ଗତ ମଙ୍ଗଳବାର ଦିନ କୁକୁଡ଼ାପାଡା ରେ ସ୍ଥାନୀୟ ତକତପୁର ଛକ ଓ ରାଣୀ ବନ୍ଧର କିଛି ଯୁବକଙ୍କ ମଧରେ ଗଣ୍ଡଗୋଳ ହୋଇଥିଲା। ସେହି ଗଣ୍ଡଗୋଳ ପରେ ଉଭୟ ଗୋଷ୍ଠୀ ସମାଧାନ ପାଇଁ ଆଜି ଗାଁ ରେ ବସିଥିଲେ। ଗଣ୍ଡଗୋଳ ସମାଧାନ ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଏହାପରେ ବିଦୁ କିସ୍କୁ ଗଣ୍ଡଗୋଳ ସମାଧାନ ପାଇଁ ଏସ ପି ଙ୍କ ନିକଟକୁ ଆସୁଥିବା ବେଳେ ଲିକୁ ଦାସ ଛୁରାମାଡ଼ କରିଥିଲା ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ୧୮ ନମ୍ବର ଜାତୀୟ ରାଜପଥ ର ତକତପୁର ଛକରେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କ ସହ ବୁଝାସୁଝା କରିଛନ୍ତି। ସ୍ଥାନୀୟ ତକତପୁର ଅଂଚଳର ଯୁବକ ମାନେ ତାଙ୍କୁ ଆକ୍ରମଣ କରିଥିଲେ।ଉଭୟ ଗୋଷ୍ଠୀ ର ୪ ଜଣ ଆହତ ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ରେ ଭର୍ତ୍ତି ହୋଇଛନ୍ତି।ତେବେ ଆହତ ମାନେ ହେଉଛନ୍ତି ବିଦୁ କିସ୍କୁ , ଶଙ୍କର ମାରାଣ୍ଡି , ଗୁଲୁ ଦାସ ଓ ଉର୍ମିଳା ପାତ୍ର ।
ଜାତୀୟ ରାଜପଥ ୧୮ କୁ ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ୧ କିଲୋମିଟର ଧରି ବହୁସଂଖ୍ୟାରେ ଗାଡି ମୋଟର ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା।ତେବେ ଘଟଣା ସ୍ଥଳୀରେ ପୋଲିସ ପହଂଚି ଆହତ ମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ କୁ ଆଣିବା ସହ ଗଣ୍ଡଗଳ ରେ ଜଡିତ ଥିବା ଅଭିଯୁକ୍ତ ମାନଙ୍କ ସନ୍ଧାନରେ ଲାଗି ପଡିଛି।