ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ…
ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ବିକ୍ରୟ ପାଇଁ ପ୍ରଦର୍ଶନୀ..
ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ ରାଜ୍ୟରୁ ଆସିଥିବା ହସ୍ତତନ୍ତ ବସ୍ତ୍ର ଗୁଡିକୁ କ୍ରୟ କରିବାର ଏକ ଅପୂର୍ବ ସୂଯୋଗ ଏହି ରାଜସ୍ଥାନ ମହୋତ୍ସବ ଗୋଟିଏ ଛାତ ତଳେ ଆଣିଦେଇଥିବା ବେଳେ ଏହି ପ୍ରଦର୍ଶନୀରେ ମହିଳାଙ୍କ ପାଇଁ ରାଜସ୍ଥାନୀ କୋଟାଶାଢୀ, ସୁପରନେଟ ଶାଢୀ, ଯୋଧପୁର ବାନ୍ଧନୀ ଶାଢୀ, ଉତ୍ତରପ୍ରଦେଶର ବନାରଶି ଶାଢ଼ୀ, ପଶ୍ଚିମବଙ୍ଗର ଶାଢ଼ୀ,କର୍ଣ୍ଣାଟକର କାଞ୍ଜିଭରମ ଶାଢୀ, ହାଇଦ୍ରାବାଦର କଟନ ଶାଢୀ, ଲକ୍ଷ୍ନୌର ଚିକନ ଶାଢୀ, ରାଜସ୍ଥାନୀ ଏପ୍ରୋନ, ବେଙ୍ଗାଲୁରୁର ସିଳ୍କ କୁର୍ତୀ, ଦିଲ୍ଲୀ ଡିଜାଇନର କୁର୍ତୀ , ଆଟିଫିସିଆଲ ଜୁଏଲାରୀ ଏବଂ ପୁରୁଷ ମାନଙ୍କ ପାଇଁ ମିରଠ ପ୍ରସିଦ୍ଧ ଖଦୀ ଶାର୍ଟ ଓ ପଞ୍ଜାବୀ ସୁଟ, କାଶ୍ମିର ସାଲ ତଥା ଘରକରଣା ନିମନ୍ତେ ରାଜସ୍ଥାନୀ କଟନ ବେଡ଼ସିଟ, ଉତ୍ତରପ୍ରଦେଶର ପିଲୋକଭର, ସୋଫା କଭର, କାରପେଟ, ଦରି, କମ୍ବଳ, ପାପୋଛ ଇତ୍ୟାଦି ଜିନିଷ ଏହି ପ୍ରଦର୍ଶନୀରେ ୨୦ ଶତକଡ଼ା ରିହାତି ମୂଲ୍ୟରେ ମିଳୁଥିବାର ଜଣାଯାଇଛି । ଦିନ ୧୧ ଟାରୁ ରାତି ୧୦ପର୍ଯ୍ୟନ୍ତ ଚାଲୁ ରହୁଥିବା ଏହି ମେଲା ରେ ଵିଶେଷ ଭିଡ ଦେଖାଯାଉଛି।ଏହି ମେଳା ଆସନ୍ତା ଅଗଷ୍ଟ ୧୫ ତାରିଖ ଯାଇଁ ଚାଲିବାର କାର୍ଯ୍ୟକ୍ରମ ରହିଛି।