ବାରିପଦା(ନିରପେକ୍ଷ ଖବର)ତା୦୭/୦୫/ରାଜ୍ୟରେ ଆଜି କରୋନ ମ୍ୟାପରେ ମୟୁରଭଞ୍ଜ ଯୋଡ଼ି ହୋଇଛି ।ଦିନକରେ ୩ଜଣ କରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଛି। ଚିନ୍ହଟ ହୋଇଥିବା ରୋଗୀମାନେ ସୁରତ ଫେରନ୍ତା ପ୍ରବାସୀ ବୋଲି ଜଣାପଡ଼ିଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଟ୍ୱିଟ୍ ମାଧ୍ୟମରେ ଦେଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀମାନେ କ୍ୱାରେନଟାଇନ ଥିଲେ। ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ପୋଡାଡିହାରୁ ଜଣେ ଓ ପିଙ୍ଗୁ ଅଞ୍ଚଳରୁ ଦୁଇ ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ବୟସ ଯଥାକ୍ରମେ ୨୧,୩୬ ଓ ୪୪ ବୋଲି ଜଣାପଡିଛି।
ତିନି ଜଣ ରୋଗୀଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଲକ ଡାଉନର ତୃତୀୟ ପର୍ଯ୍ୟାୟରେ କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ ମୟୁରଭଞ୍ଜକୁ ରାଜ୍ୟ ସରକାର ଅରେଞ୍ଜ ଜୋନ ଭାବେ ଘୋଷଣା କଲେ। ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲାକୁ ୨ ଦିନ ମଧ୍ୟରେ ୧୭୨ ଜଣ ପ୍ରବାସୀ ଜିଲ୍ଲାକୁ ପ୍ରତ୍ୟବର୍ତ୍ତନ କରିଛନ୍ତି।ଗତକାଲି ସୁଦ୍ଧା ଜିଲ୍ଲାରୁ ୨୦୯୦ ଟି ରକ୍ତ ନମୁୁନା ଟେଷ୍ଟ ପାଇଁ ଯାଇଥିଲା ସେଥି ମଧ୍ୟରୁ ୧୮୧୮ ଟି ନେଗେଟିଭି ଆସିଥିବା ବେଳେ ୩ଜଣ ପଜିଟିଭି ଥିବା ବେଳେ ଅବଶିଷ୍ଟ ରିପୋର୍ଟ ଆସିନାହିଁ। ବାରିପଦାରେ ଅଧିକାଂଶ ଦୋକାନ ବଜାର ଖୋଲାଯାଇଛିି ଖାଲି ବସ୍ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ମୋଟର ଚଳପ୍ରଚଳ ହେଉଛି।
