ବାରିପଦା(ନିରପେକ୍ଷ ଖବର)ତା-୦୭/୦୫-ମୟୂରଭଞ୍ଜରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୟୂରଭଞ୍ଜରେ ପଜିଟିଭଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗୁରୁବାର ସକାଳେ ମୟୂରଭଞ୍ଜରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ପିଙ୍ଗୁରୁ ୨ ଜଣ ଏବଂ ପୋଡିଡିହାରୁ ଜଣେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମଗ୍ର ଜିଲ୍ଲାରେ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ । ଆଜି ଚହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେଣ୍ଟାଇନ୍ରେ ଥିଲେ । ସେମାନଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାକୁ ଓରେଞ୍ଜ ଜୋନ ଭାବେ ଘୋଷଣା କରାଯାଇଛି। ତେବେ ଓଡ଼ିଶାରେ ମୋଟ ପଜିଟିଭ ସଖ୍ୟା ୨୦୬ ରେ ପହଁଚିଲା।
