ବାରିପଦା(ନିରପେକ୍ଷ ଖବର)ତା-୧୨/୦୫-ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ପ୍ରାକୃତିକ ବିପତ୍ତିଠାରୁ ଆରମ୍ଭ କରି ଯୁଦ୍ଧ, ମହାମାରୀ କିମ୍ବା ଯେକୌଣସି ଜରୁରିକାଳୀନ ସମୟରେ ଏମାନଙ୍କ ସେବା ଓ ଉତ୍ସର୍ଗୀକୃତ ମନୋଭାବର ପଟାନ୍ତର ନାହିଁ। ବିଶ୍ୱରେ ଲୋକଙ୍କ ଯତ୍ନନେବା, ସେମାନଙ୍କ ସେବାକରି ସୁସ୍ଥକରିବା କ୍ଷେତ୍ରରେ ନର୍ସଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ଅବଦାନ ଓ ଉତ୍ସର୍ଗୀକୃତ ସେବାକୁ ମନେପକାଇବା ଲାଗି ଏହି ଦିବସର ମହତ୍ତ୍ୱ ରହିଛି। ଫ୍ଲୋରେନ୍ସ ନାଇଟାଏଙ୍ଗେଲଙ୍କ ଜନ୍ମବାର୍ଷିକୀକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଇଆସୁଛି। ଏବେ ବିଶ୍ୱକୁ କରୋନା ମହାମାରୀ ଆତଙ୍କିତ କରି ରଖିଥିବା ବେଳେ ଲକ୍ଷ ଲକ୍ଷ ଲୋକ ମୃତାକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରର ଗୁରୁଦାୟିତ୍ୱ ବଢ଼ିଯାଇଥିବା ବେଳେ ନର୍ସମାନେ ସବୁବେଳେ କର୍ମକ୍ଷେତ୍ରରେ ରହୁଛନ୍ତି। ଏହି ଦିବସରେ ସେମାନଙ୍କୁ ଉତ୍ସାହିତ କରିବା ନିହାତି ଜରୁରୀ। ଆଜିର ଏହି ଦିବସରେ ସେମାନଙ୍କୁୁ ଶୁଭକାମନା ଜଣାଇବା ସହ ମନୋବଳ ଦୃଢ଼କରିବା ପାଇଁ ରାଜ୍ୟ କୃଷି ଶିଳ୍ପ ନିଗମ ଅଧକ୍ଷ ଦେବାଶିଷ ମହାନ୍ତି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦିତ କରିଛନ୍ତି।ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲ ଓ ପି ଆର ଏମ ମେଡିକାଲ କଲେଜରେ କାର୍ଯ୍ୟରତ ସେବିକା ମାନକୁ ଶୁଭେଚ୍ଛା ଜଣେଇବା ସହ ଜଗନ୍ନାଥ ନିକଟରେ କରୋନା ଯୁଦ୍ଧରେ ସେମାନେ ଜୟଲାଭ କରିବା ପାଇଁ ପ୍ରାର୍ଥନା କରିଥିଲେ।ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ବିରୁଧରେ ନିରନ୍ତର ଲଢେଇକୁ ଖୁବ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅବଦୁଲ ହାବିବ,ସୁଶୀଲ ସେଠି,ଆଶୀର୍ବାଦ ଦାସ,ଧନେଶ୍ବର ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ।
