Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଜୀବନଦୀପ ନସିଂହୋମ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ଡାକ୍ତରଙ୍କ ଅବହେଳା ପାଇଁ ନବଜାତକର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

0

ବାରିପଦା ୨୩/୫(ନିରପେକ୍ଷ ଖବର): ଜୀବନଦୀପ ନର୍ସିଂହୋମରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଗର୍ଭବତୀଙ୍କ ଅପରେସନ ପାଇଁ ନର୍ସିଂହୋମରେ ଆବଶ୍ୟକୀୟ ସରଞ୍ଜାମ ନ ଥିବା ବେଳେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ନବଜାତକର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ମୁତାବକ ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ତଖତପୁର ଅଚଂଳର ରମେଶ ଚନ୍ଦ୍ର ସିଂହ ଗତ ୧୬ ତାରିଖରେ ଗର୍ଭବତୀ ସ୍ତ୍ରୀ ସୁନିତାକୁ ଡାକ୍ତରଙ୍କ ପରାମର୍ଶକ୍ରମେ ସ୍ଥାନୀୟ ଜୀବନଦୀପ ନର୍ସିଂହୋମରେ ଭର୍ତି କରିଥିଲେ । ହେଲେ ୧୭ ତାରିଖ ଡାକ୍ତର ତାଙ୍କର ଅସ୍ତ୍ରେପ୍ରଚାର କରିବା ପାଇଁ ଓଟିକୁ ନେଇଥିଲେ । ଅପରେସନ ସମୟରେ ଡାକ୍ତରମାନେ ଅବହେଳା କରିଥିବାରୁ ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶିଶୁଟିର ଶରୀର ହଳଦିଆ ଦେଖାଯିବାରୁ ପରିବାର ଲୋକ ମେଡିକାଲ କର୍ତୃପକ୍ଷଙ୍କୁ ପଚାରିଥିଲେ । କିନ୍ତୁ ଶିଶୁଟି ସୁସ୍ଥ ଥିବା କହି ଅପରେସନ ହୋଇଥିବା ମାଆକୁ ରଖି ନବଜାତକକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିଦେଇଥିଲେ । ଫଳରେ ନର୍ସିଂହୋମ ଡାକ୍ତରଙ୍କ ଉପରେ ସନ୍ଦେହ କରି ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ୍‌ରେ ୧୭ ତାରିଖ ସକାଳେ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଏସଏନସିୟୁରେ ଭର୍ତି କରାଇ ଚିକିତ୍ସା କରାଇଥିଲେ । କିଛି ସମୟ ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିଥିଲେ । କଟକ ଶିଶୁ ଭବନରେ ଉକ୍ତ ଦିନ ରାତିରେ ପହଚିଂବା ପରେ ପୂର୍ବରୁ ଅସ୍ତ୍ରପ୍ରଚାର ସମୟରେ ନବଜାତକ ମୁଣ୍ଡରେ ଆଘାତ ହୋଇଥିବାରୁ ଏହାର ମୃତ୍ୟୁ ଘଟିଥିବା କାଳେ ତାଙ୍କୁ ଡାକ୍ତର କହିଥିଲେ । ସେଥିପାଇଁ ରମେଶଙ୍କ ମନ ନ ମାନିବାରୁ କଟକର ଆଉ ଏକ ଘରୋଇ କ୍ଲିନିକ୍‌ରେ ନେଇ ଦେଖାଇଥିଲେ । ସେଠାରେ ମଧ୍ୟ ଡାକ୍ତର ସମାନ କଥା କହିଥିଲେ ବୋଲି ରମେଶ ଅଭିଯୋଗ କରିଛନ୍ତି । ଉପାୟଶୂନ୍ୟ ହୋଇ ମୃତ ଶିଶୁକୁ ଧରି ଶନିବାର ସକାଳେ ଜୀବନଦୀପ ହସ୍ପିଟାଲରେ ପହଚିଂବା ପରେ ମାଆକୁ ଡିସଚାର୍ଚ କରିଥିଲେ । ପରେ ରମେଶ ଓ ତାଙ୍କର କିଛି ସମ୍ପର୍କୀୟ ନସିଂହୋମ କର୍ତୃପକ୍ଷ ଅବହେଳା କରିଥିବା ଅଭିଯୋଗ ହସ୍ପିଟାଲରେ ହଙ୍ଗାମା କରିବା ସହ ଟାଉନ୍ ଥାନାରେ ଏତଲା ଦେଇଥିଲେ । ଏନେଇ ଜୀବନଦୀପ ହସ୍ପିଟାଲର ଡାକ୍ତର କେ ସି ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଯେ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରପ୍ରଚାର କରାଯାଇଥିଲା । ଚିକିିତ୍ସାରେ କୌଣସି ଅବହେଳା ହୋଇ ନାହିଁ । ଏନେଇ ଥାନାରେ ୩୩୦/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି ।

Mo sapath

Leave A Reply

Your email address will not be published.