*ତିନି ମଦୁଆଙ୍କୁ ଗିରଫ କଲା ପୋଲିସ୍…..
ବାରିପଦା,ନିରପେକ୍ଷ ଖବର:୨୧/୭/୨୦୧୯,ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ମେଡିକାଲରେ ନିଶାଗ୍ରସ୍ତ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ମଦୁଆ ମାନେ ମେଡିକାଲର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ହସ୍ପିଟାଲ ପରିସରକୁ ଭଙ୍ଗାରୁଜା କରିଛନ୍ତି। ଏପରିକି ମଦୁଆମାନଙ୍କ ଦାଉରୁ ରକ୍ଷା ପାଇଲା ନାହିଁ ରୋଗୀଙ୍କ ବେଡ଼। ମେଡିକାଲର ଅଧିକାଂଶ ଜିନିଷପତ୍ର ଭାଙ୍ଗିରୁଜି ଚୁରମାର କରିଦେଲେ। ସୂଚନା ମୁତାବକ ଶନିବାର ରାତିରେ ୩ ମଦ୍ୟପ ହସ୍ପିଟାଲରେ ପହଞ୍ଚି ମେଡିକାଲ କର୍ମଚାରୀଙ୍କୁ ମେଡ଼ିସିନ ମାଗିବାରୁ ଆରମ୍ଭ ହୋଇଥିଲା ବଚସା ଓ ତାପରେ ଉଗ୍ର ରୂପ ଧାରଣ କରିଥିଲା ମେଡ଼ିକାଲ। ଏହାପରେ ୩ ମଦୁଆ ହସ୍ପିଟାଲ ପରିସରର ଥିବା ଆସବାବପତ୍ର ଗୁଡିକୁ ଭଙ୍ଗାରୁଜା କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ୩ ମଦ୍ୟପଙ୍କୁ ଗିରଫ ଉଦଳା ଥାନା ନେଇଥିଲେ।ସୂଚନା ଅନୁସାରେ ୩ଜଣକଂ ମଧ୍ୟରୁ ଜଣେ ଉଦଳା ହସ୍ପିଟାଲ ର କର୍ମଚାରୀ ଥିବାବେଳେ ଅନ୍ୟ ଦୁଇଜଣଙ୍କ ନାମ ଜଣାପଡି ନାହିଁ। ମେଡିକାଲରେ ସୁରକ୍ଷା ଦାବିକରି ରବିବାର ଡାକ୍ତର,କର୍ମଚାରୀ ମାନେ ମିଳିତ ଧାରଣାରେ ବସିଥିଲେ। ଫଳରେ ରୋଗୀ ଚିକିତ୍ସାରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା। ସ୍ଥାନୀୟ ପୁଲିସ ଡାକ୍ତର ଓ କର୍ମଚାରୀଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।