Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଗାଡ଼ି ଯାଞ୍ଚ ବେଳେ ବାଇକ୍ ଦୁର୍ଘଟଣା ରେ ଚାଲିଗଲା ପୋଲିସ୍ ଅଧିକାରୀଙ୍କ ଜୀବନ..

0

ବାରିପଦା(ନିରପେକ୍ଷ ଖବର)ତା-୧୮/ନଭେମ୍ବର/୨୦୧୯-ଗାଡି ଯାଞ୍ଚ ବେଳେ ବାଇକ ଦୁର୍ଘଟଣା ରେ ଚାଲିଗଲା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା।ଯାହାକୁ ନେଇ ସମଗ୍ର ଜିଲ୍ଲା ସ୍ତବ୍ଧ ହୋଇଯାଇଛି। ମଦୁଆ ବାଇକ ଚାଳକଙ୍କୁ ଯାଞ୍ଚ କରୁଥିବା ବେଳେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଏକ ବାଇକ ଧକ୍କା ଦେଇଥିଲା । ସୂଚନା ମୁତାବକ ସୋମବାର ସନ୍ଧ୍ୟା ୮:୩୦ ସମୟରେ ସ୍ଥାନୀୟ ତକତପୁର ଛକରେ ପୋଲିସ ବାଇକ ଯାଞ୍ଚ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଅବସ୍ଥାରେ ଥିବା ପୋଲିସ ଅଧିକାରୀଙ୍କୁ ପିଆରଏମ୍ ମେଡିକାଲକୁ ଅଣାଯାଇଥିଲା । ହସ୍ପିଟାଲରେ ଆହତ ଅଧିକାରୀ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ସବଇନ୍ସପେକ୍ଟର ଜଣଙ୍କ ହେଉଛନ୍ତି ଦୟାନିଧି ଦାସ । ଦୁର୍ଘଟଣା ଘଟାଇଥିବା ବାଇକ OD-11F-1358ରେ ଦୁଇଜଣ ଯୁବକ ଏବେ ଥାନାରେ ଅଟକ ଅଛନ୍ତି । ମେଡିକାଲ ରେ ବର୍ତ୍ତମାନ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନ୍ୟୁ ନାୟକ,ସଦର ଏସ ଡି ପି ଓ କେ କେ ହରିପ୍ରସାଦ, ଟାଉନ ଥାନା ଅଧିକାରୀ ଅଶୋକ ନାୟକ ପ୍ରମୁଖ ଉପସ୍ଥିତି ଅଛନ୍ତି । ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏକ ଶୋକରଛାୟା ଖେଳିଯାଇଛି।

Mo sapath

Leave A Reply

Your email address will not be published.