ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତର ଙ୍କୁ ମାଡ ଅଭିଯୋଗରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଡାକ୍ତର..
ରୋଗୀ ମୃତ୍ୟୁ ନେଇ ଉତେଜନା ...
ବାରିପଦା, ନିରପେକ୍ଷ ଖବର: ୨୯/୦୬/୨୦୧୯ ଆଜି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ମାଡ ମରା ଯାଇଥିବାର ଅଭିଯୋଗ ହୋଇଛି। ମେଡିକାଲ ରେ ମେଡ଼ିସିନ ବିଭାଗ ରେ ଥିବା ଜଣେ ରୋଗୀଙ୍କ ଛାତିରେ ହଟାତ୍ ଯନ୍ତ୍ରଣା ହବାରୁ ରୋଗୀଙ୍କ ପରିବାରର ଲୋକେ ତୁରନ୍ତ ନର୍ସଙ୍କୁ ଜଣାଇଥିଲେ। ନର୍ସ ଓ ଡାକ୍ତର୍ ଙ୍କ ଆସିବାର ବିଳମ୍ବ ହେବାରୁ ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥି ପାଇଁ ରୋଗୀଙ୍କ ସମ୍ପର୍କୀୟ ମାନେ ଡାକ୍ତରଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି।ଏ ନେଇ ଡାକ୍ତର ମାନେ ସମୂହ ମିଳିତ ହୋଇ ମେଡିକାଲ ରେ କାର୍ଯ୍ୟ ବନ୍ଦ ର ଡାକରା ଦେଇଥିଲେ।ମେଡିକାଲ ରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନ ଥିବାରୁ ଡାକ୍ତରଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ହେଉଛି। ଏଥିପାଇଁ ଉତ୍ତେଜିତ ହୋଇ ଡାକ୍ତର ମାନେ ମେଡିକାଲ ପରିସର ର ସୁରକ୍ଷା ବ୍ୟବସ୍ଥା କୁ ନିନ୍ଦା କରିଥିଲେ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାର ଆହ୍ୱାନ ଦେଇଥିଲେ।କିନ୍ତୁ ପୋଲିସ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ବୁଝାମଣା ପରେ ସ୍ଥିତି ସ୍ବଭାବିକ ହୋଇଛି।ପଶ୍ଚିମବଙ୍ଗରେ ଡ଼ାକ୍ତର ଙ୍କୁ ହାତ ଉଠେଇବା ଘଟଣା ଶାନ୍ତ ନ ହେବା ପୂର୍ବରୁ ବାରିପଦାରେ ଆଉଗୋଟେ ଏପରି ଘଟଣା ଘଟିଯାଇଛି। ଏଥିରୁ ଆଗକୁ ଆଉ ଏକ ଆନ୍ଦୋଳନ ର ଆଭାସ ମିଳୁଛି।