Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରମାନଙ୍କ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ..

ଦରମା ନଦେଲେ ଆନ୍ଦୋଳନ ଜାରି ରହିବାକୁ ଚେତାବନୀ ମେଡ଼ିକାଲ ପରିସରରେ ସୃଷ୍ଟି ହୋଇଛି ପୂତିଗନ୍ଧମୟ ପରିବେଶ ।

0

ବାରିପଦା,ନିରପେକ୍ଷ ଖବର:: ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀମାନଙ୍କୁ ଉପଯୁକ୍ତ ଦରମା ଦିଆଯାଉନଥିବା ଅଭିଯୋଗ କରି ମେଡିକାଲ ପରିସରରେ ସଫେଇ କରୁଥିବା କର୍ମଚାରୀମାନେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନର
ଡାକରା ଦେଇଛନ୍ତି । ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଗୁରୁବାର ମେଡ଼ିକାଲ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ହସ୍ପିଟାଲରେ ବିଭିନ୍ନ ଅଳିଆ ଆବର୍ଜନା ଭରି ହୋଇଯାଇଛି । ଫଳରେ ରୋଗୀମାନେ ନାହି ଥିବା ଅସୁବିଧାରେ ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ମେଡିକାଲ ପରିସରକୁ ସଫାସୁତୁରା ରଖିବା ପାଇଁ ଠିକା ନେଇଥିବା ସଂସ୍ଥା ଏହି ସଫେଇ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଏବଂ ପରିଶ୍ରମ ଅନୁସାରେ ଦରମା ଦେଉ ନଥିବା ଅଭିଯୋଗ କରିଛନ୍ତି । ଯେ ପର୍ଯ୍ୟନ୍ତ ସଫେଇ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦିଆନଯାଇଛି ସେ ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଫେଇ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି । ସୂଚନା ମୁତାବକ, ହସ୍ପିଟାଲ ପରିସରକୁ ସଫାସୁତୁରା ରଖିବା ପାଇଁ ଚଳିତ ବର୍ଷ ସୁମିତ ସିକ୍ୟୁରିଟି ସଂସ୍ଥା ଟେଣ୍ଡର ନେଇଛି। ହସିଟାଲରେ ପୂର୍ବରୁ କାମ କରୁଥିବା ସଫେଇ କର୍ମଚାରୀମାନଙ୍କୁ ଉକ୍ତ ସଂସ୍ଥା ସେମାନଙ୍କୁ ପୁଣି ନିଯୁକ୍ତି ଦେଇଥିଲା । ମାତ୍ର ନିଯୁକ୍ତି ଦେବା ସମୟରେ ଏହି ସଂସ୍ଥା ସଫେଇ କର୍ମଚାରୀମାନଙ୍କ ସହିତ ଏକ ଚୁକ୍ତିନାମା କରିଥିଲେ । ଚୁକ୍ତିନାମା ଅନୁସାରେ ହସ୍ପିଟାଲରେ ପୂର୍ବରୁ କାମ କରୁଥିବା କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହିତ ହସ୍ପିଟାଲରେ ନୂଆ ଝାଡୁଦାର ନିଯୁକ୍ତି କଲେ ପୂର୍ବରୁ କାମ କରୁଥିବା କର୍ମଚାରୀଙ୍କ ଠାରୁ ଅନୁମତି ନିଆଯିବାର ସର୍ଭ ରହିଥିଲା । ଏହା ସହିତ ମାସରେ ୪ଟି ଛୁଟି ଦିଆଯିବା ସହ ଏହି ଛୁଟି ସମୟରେ ଦରମା କଟାଯିବ ନାହିଁ ବୋଲି ଠିକା ସଂସ୍ଥା କହିଥିଲା । ହେଲେ ସଂସ୍ଥା ଏହି ସର୍ତ୍ତ ସର୍ତ୍ତାବଳୀ ପାଳନ କରୁ ନଥିବା ସଫେଇ-କର୍ମଚାରୀମାନେ ଅଭିଯୋଗ ଆଣିଛନ୍ତି । ଏହା ସହିତ ଶ୍ରମିକ ନିୟମ ଅନୁସାରେ ଦରମା ଦିଆଯିବା ସହ ଝାଡୁଦାରମାନଙ୍କର କୌଣସି ଅସୁବିଧା ହେଲେ ଛୁଟି ପ୍ରଦାନ କରାଯିବ ବୋଲି କହିଥିଲେ ମାତ୍ର ସୁମିତ ସିକ୍ୟୁରିଟି ସଂସ୍ଥା ଉପରୋକ୍ତ ମୁତାବକ ଏହି ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରି ରଖିଥିବା ସେମାନେ କହିଛନ୍ତି । ଏନେଇ ଗତ ମଇ ମାସ ୧୬ ତାରିଖରେ ମେଡିକାଲରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସେତେବେଳେ ଠିକା ନେଇଥିବା ସଂସ୍ଥା ଉପଯୁକ୍ତ ଦରମା ଠିକ୍ ସମୟରେ ଦେବ ବୋଲି କହିଥିଲା । ମାତ୍ର ଏକ ମାସ ବିତିଯିବା ପରେ ପୁଣି ଉକ୍ତ ଠିକା ସଂସ୍ଥା ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ସଫେଇ କର୍ମଚାରୀମାନଙ୍କୁ ହଇରାଣ କରିବାକୁ ଯୋଜନା କରୁଥିବାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଫେଇ କର୍ମଚାରୀ ଚେତାବନୀ ଦେଇଛନ୍ତି ।

Mo sapath

Leave A Reply

Your email address will not be published.