ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ..
*କଳାତାଲିକାଭୂକ୍ତ ହୋଇପାରେ ସୁମିତ ସିକୁରୀଟି ସଂସ୍ଥା.. *ସଫେଇ କର୍ମଚାରୀଙ୍କୁ ସମର୍ଥନ ଜଣାଇ ଧାରଣା ଦେଲା ଭଞ୍ଜ ସେନା...
ବାରିପଦା,୧୨/୦୭(ନିରପେକ୍ଷ ଖବର): ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୁର୍ତ ହୋଇଛି। ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତିନି ଦିନ ହେଲା ମେଡ଼ିକାଲ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ ପୁର୍ତ୍ତିଗନ୍ଧମୟ ପରିବେଶରେ ରୋଗୀମାନେ ନାହି ଥିବା ଅସୁବିଧାରେ ସମ୍ମୁଖିନ ହେଉଥିଲେ। ସଫେଇ କର୍ମଚାରୀଙ୍କୁ ସମର୍ଥନ ଜଣାଇ ଭଞ୍ଜ ସେନା ଧାରଣା ଦେଇଥିଲା। ଏହାପରେ ପିଆରଏମ ମେଡିକାଲର ଅଧୀକ୍ଷକ ଓ ବାରିପଦା ଟାଉନ ଥାନାଧିକାରୀ ଉପସ୍ଥିତ ରହି ଆନ୍ଦୋଳଙ୍କାରୀଙ୍କୁ ବୁଝାସୁଝା କରିଥିଲେ। ମେଡିକାଲ ପରିସରକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ କଳାତାଲିକାଭୂକ୍ତ କରିବାକୁ ପ୍ରତିଶୃତି ଦେବା ପରେ ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ। ମେଡିକାଲ ପରିସରକୁ ସଫାସୁତୁରା ରଖିବା ପାଇଁ ଠିକା ନେଇଥିବା ସଂସ୍ଥା ଏହି ସଫେଇ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଏବଂ ପରିଶ୍ରମ ଅନୁସାରେ ଦରମା ଦେଉ ନଥିବା ଅଭିଯୋଗ ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ବାହୁଛାୟା ତଳେ ରହି ସୁମିତି ସିକୁରୀଟି ସଂସ୍ଥା ଗରିବ ଖଟିଖିଆ ସଫେଇ କର୍ମଚାରୀମାନଙ୍କୁ ଲୁଟ କରୁଥିଲା ବୋଲି ଭଞ୍ଜ ସେନା ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ମେଡିକାଲ ଅଧୀକ୍ଷକ ସୁମିତ ସିକୁରୀଟି ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି। ।ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୁର୍ତ ହୋଇଛି। ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତିନି ଦିନ ହେଲା ମେଡ଼ିକାଲ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ ପୁର୍ତ୍ତିଗନ୍ଧମୟ ପରିବେଶରେ ରୋଗୀମାନେ ନାହି ଥିବା ଅସୁବିଧାରେ ସମ୍ମୁଖିନ ହେଉଥିଲେ। ସଫେଇ କର୍ମଚାରୀଙ୍କୁ ସମର୍ଥନ ଜଣାଇ ଭଞ୍ଜ ସେନା ଧାରଣା ଦେଇଥିଲା। ଏହାପରେ ପିଆରଏମ ମେଡିକାଲର ଅଧୀକ୍ଷକ ଓ ବାରିପଦା ଟାଉନ ଥାନାଧିକାରୀ ଉପସ୍ଥିତ ରହି ଆନ୍ଦୋଳଙ୍କାରୀଙ୍କୁ ବୁଝାସୁଝା କରିଥିଲେ। ମେଡିକାଲ ପରିସରକୁ ସଫେଇ କରିବାକୁ ଟେଣ୍ଡର ନେଇଥିବା ଠିକା ସଂସ୍ଥାକୁ କଳାତାଲିକାଭୂକ୍ତ କରିବାକୁ ପ୍ରତିଶୃତି ଦେବା ପରେ ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ। ମେଡିକାଲ ପରିସରକୁ ସଫାସୁତୁରା ରଖିବା ପାଇଁ ଠିକା ନେଇଥିବା ସଂସ୍ଥା ଏହି ସଫେଇ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଏବଂ ପରିଶ୍ରମ ଅନୁସାରେ ଦରମା ଦେଉ ନଥିବା ଅଭିଯୋଗ ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ବାହୁଛାୟା ତଳେ ରହି ସୁମିତି ସିକୁରୀଟି ସଂସ୍ଥା ଗରିବ ଖଟିଖିଆ ସଫେଇ କର୍ମଚାରୀମାନଙ୍କୁ ଲୁଟ କରୁଥିଲା ବୋଲି ଭଞ୍ଜ ସେନା ପକ୍ଷରୁ କୁହାଯାଇଥିଲା। ସେଥିପାଇଁ ମେଡିକାଲ ଅଧୀକ୍ଷକ ସୁମିତ ସିକୁରୀଟି ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡ଼ିଛି।