ବିଡ଼ିଏର ପ୍ରତିଷ୍ଠା ଦିବସରେ ମଖ୍ୟ ଅତିଥିଭାବେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା..
ଯୋଜନାବଦ୍ଧ ଭାବେ ବିକାଶକୁ ତ୍ୱରାନ୍ୱିତ କରିବାକୁ ନଗର.. ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ.....
ଭୁବନେଶ୍ୱର,ନିରପେକ୍ଷ ଖବର : ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଯୋଜନାବଦ୍ଧ ଭାବେ ବିକାଶକୁ ତ୍ୱରାନ୍ୱିତ କରିବାକୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଡିଏର ୩୭ତମ ପ୍ରତିଷ୍ଠା ଦିବସରେ ଆହ୍ୱାନ ଦେଇଛନ୍ତି। ବିଡ଼ିଏର ଉଦ୍ୟମ ପାଇଁ ଭୁବନେଶ୍ୱର ଆଜି ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା ପାଇପାରିଛି । ବିଡ଼ିଏ ହାତକୁ ନେଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରି ଲୋକମାନଙ୍କ ବିଶ୍ୱାସଭାଜନ ହେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଜୟଦେବ ଭବନଠାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ର ୩୭ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏଭଳି କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ମନ୍ଦିରମାଳିନୀ ଭୁବନେଶ୍ୱର ସହରକୁ ସୁନ୍ଦର, ସ୍ୱଚ୍ଛ, ସବୁଜ ଓ ପ୍ରଦୂଷଣମୁକ୍ତ କରି ଗଢ଼ିତୋଳିବାରେ କର୍ମଚାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନେ ନୂତନ ଚିନ୍ତାଧାରାସଂପନ୍ନ ପ୍ରସ୍ତାବ ଦେଲେ ତାହା ବିଚାର କରାଯିବ ଓ ସେମାନଙ୍କର ଯାହା ସମସ୍ୟା ରହିଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ଓ ଆନ୍ତରିକତାର ସହ ସମାଧାନ କରାଯିବ । ଯେଉଁ କର୍ମଚାରୀମାନେ ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କ ଡବଲ ପ୍ରମୋସନ୍ ଦିଆଯିବାର ବ୍ୟବସ୍ଥା କରାଯିବ । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବୃହତ୍ ହାଉସିଂ ଯୋଜନା ପ୍ରଣୟନ କରାଯିବ । ସହରରରେ ବସ୍ତିର ଆବଶ୍ୟକତା ରହିଥିବାରୁ ବସ୍ତିବାସିନ୍ଦାଙ୍କ ପାଇଁ ଉତ୍ତମ ମାନର ସେବା ମଧ୍ୟ ଯୋଗାଇଦିଆଯିବ । ବରମୁଣ୍ଡା, ଖୋର୍ଦ୍ଧାହାଟ, ସୁବୁଦ୍ଧିପୁର ମୌଜା, କଳିଙ୍ଗନଗର ଓ ଗାଡ଼କଣ ମୌଜାେରେ ବିଡ଼ିଏ ପକ୍ଷରୁ ନୂତନ ପ୍ରକଳ୍ପମାନ ହାତକୁ ନିଆଯାଇଥିବା ବିଷୟରେ ମନ୍ତ୍ରୀ ସୂଚନା ଦେଇଥିଲେ । ଭୁବନେଶ୍ୱରରେ ଖୁବ୍ ଶୀଘ୍ର ପାଇପ ଯୋଗେ ଉତ୍ତମ ମାନର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ, ଯାହା ଦ୍ୱାରା ଆଉ ଫିଲଟର ବା ଆକ୍ୱାଗାର୍ଡର ଆବଶ୍ୟକତା ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ବିଡ଼ିଏ ଅଧ୍ୟକ୍ଷ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ୍ ଅଧ୍ୟକ୍ଷତା କରି ବିଡ଼ିଏ ଅଧିକରୁ ଅଧିକ କାର୍ଯ୍ୟ ହାତକୁ ନେବା ସହ ୫ ‘ଟି’ ମନ୍ତ୍ରର ପ୍ରୟୋଗ ଏବଂ ଅନ୍ୟ ସଂସ୍ଥାମାନଙ୍କ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବା, ନୂଆ ରେଗୁଲେସନ୍ ଆଣି ସଫଳତାର ଶୀର୍ଷରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ । ବିଡ଼ିଏ ଉପାଧ୍ୟକ୍ଷ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଭବିଷ୍ୟତ ଭୁବନେଶ୍ୱର ପାଇଁ ସିଡ଼ିପି(କମ୍ପ୍ରେହନ୍ସିଭ୍ ଡେଭଲପ୍ମେଣ୍ଟ ପ୍ଲାନ୍) ପ୍ରସ୍ତୁତ ହୋଇଛି ଓ ସହରର ସୌନ୍ଦର୍ଯ୍ୟକରଣ ଏବଂ ହାଉସିଂକୁ ଅଗ୍ରାଧିକାର ଦିଆଯାଇଛି ବୋଲି କହିଥିଲେ । ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକର ଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଡ଼ିଏ ଅଧୀନ ରେ ଥିବା ସୋସାଇଟିଗୁଡ଼ିକୁ ତ୍ୱରାନ୍ୱିତ କରବି ।ସହ ଅଧିକ କ ମୁ୍ୟନିଟି ସେଣ୍ଟର (ଗୋଷ୍ଠୀ କେନ୍ଦ୍ର) ନିର୍ମାଣ କରିବାକୁ ମତବ୍ୟକ୍ତ କରିଥିଲେ । ଭୁବ ନେ ଶର୍ୱ(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ବିଡ଼ିଏ ସମସ୍ତଙ୍କ ସହଯୋଗରେ ଅଧିକ ଭଲକାମ କରୁ ଓ ଶ୍ରେଷ୍ଠ ସହର ଭାବେ ନାମ ବଜାୟ ରଖୁ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମନ୍ତ୍ରୀ ବିଡ଼ିଏର ମୁଖପତ୍ର ‘ବାର୍ଷିକ ବିବରଣୀ-୨୦୧୯’କୁ ଉନ୍ମୋଚନ କରିବା ସହ କର୍ମଚାରୀମାନଙ୍କ କୃତୀ ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ବିଡ଼ିଏ କର୍ମଚାରୀ ସଂଘ ପକ୍ଷରୁ ଶ୍ରୀମତୀ ସବିତା ମହାପାତ୍ର କର୍ମଚାରୀମାନଙ୍କ ସମସ୍ୟା ସଂପର୍କରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ବିଡ଼ିଏ ସଚିବ ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର ଉତ୍ସବର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।