Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ପାଇଁ ସହାୟତାର ହାତ ବଡାଇଲା ତିହିଡି ଯୁବ ମଞ୍ଚ..

ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଚେତିଲା ନାହିଁ ପ୍ରଶାସନ...

0

ଭଦ୍ରକ:ନିରପେକ୍ଷ ଖବର :୨୨/୦୭/୧୯ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମର କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ତାପସ ମଲ୍ଲିକଙ୍କ ପ୍ରତିମୂତ୍ତିର ରକ୍ଷଣାବେକ୍ଷଣ ପାଇଁ ସହାୟତାର ହାତ ବଡାଇଲା ତିହିଡ଼ିର ଅଗ୍ରଣୀ ଅନୁଷ୍ଠାନ ତିହିଡି ଯୁବ ମଞ୍ଚ। ସହିଦ୍ ତାପସ ମଲ୍ଲିକଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯାଉନଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସାମାଜିକ ଅନୁଷ୍ଠାନ ତିହିଡି ଯୁବ ମଞ୍ଚର କର୍ମକର୍ତ୍ତାମାନେ ତାପସଙ୍କ ସହିଦ୍ ଦିବସରେ ତାଙ୍କର ପ୍ରତିମୂର୍ତ୍ତିର ସୁରକ୍ଷା ପାଇଁ ଆଗଭର ହୋଇଛନ୍ତି।ତାପସଙ୍କର ଶ୍ରାଦେ୍ଧାତ୍ସବରେ ପ୍ରଶାସନିକ ସ୍ତରରେ କୌଣସି ଶ୍ରଦ୍ଧାଞ୍ଜଳୀ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାନଯିବା ସହ ସାଧାରଣ ଲୋକଙ୍କର ମଧ୍ୟ ଆନ୍ତରିକତା ନଥିବା ଭଳି ଦେଖାଯାଇଥିଲା । ଭାରତ ମାଆର ସେବା ତଥା ଦେଶ ଓ ଜାତି ପାଇଁ ନିଜର ଜୀବନକୁ ଜଳାଞ୍ଜଳି ଦେଇଥିବା ଏହି ସହିଦ୍ ଯବାନଙ୍କୁ ସରକାରୀ କିମ୍ବା ରାଜନୈତିକ ସ୍ତରରେ ଯଥୋଚିତ ସମ୍ମାନ ମିଳୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ଜଣେ ଯବାନ ଯୁଦ୍ଧରେ ସହିଦ ହେବା ପରେ ତାଙ୍କର ପରିବାର ଓ ତାଙ୍କ ପ୍ରତିମୂର୍ତ୍ତିର ଯତ୍ନଶୀଳ ନ ନେବା ପ୍ରଶାସନିକ କାଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ମାତ୍ର ଏହି ସମୟରେ ସାମାଜିକ ଅନୁଷ୍ଠାନ ତିହିଡି ଯୁବ ମଞ୍ଚ ପକ୍ଷରୁ ସହିଦ ତାପସଙ୍କ ପ୍ରତିମୂର୍ତ୍ତିର କଂକ୍ରିଣ୍ଟ ଛାତ ନିର୍ମାଣ କରିବାକୁ ପ୍ରତିଶୃତି ଦିଆଯାଇଥିବା ସଂଗଠନର ସଭାପତି କୈଳାଶ ବେହେରା ସୂଚନା ଦେଇଛନ୍ତି। କାର୍ଗିଲ ଯୁଦ୍ଧରେ ସହିଦ ତାପସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସମୟରେ ତିହିଡି ଯୁବ ମଞ୍ଚର ସମ୍ପାଦକ ଅନିଲ ନାୟକ ସୋସିଆଲ ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ କୋଷାଧ୍ୟକ୍ଷ ଦୀପକ ନାଥ ସହସାମ୍ପଦକ ବିକାଶ ଲେଙ୍କା ସଦସ୍ୟ ସୁବ୍ରତ ଦାସ, ସୁମନ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ମୁତାବକ ବାପା ଅକ୍ଷୟ ମଲ୍ଲିକ ଓ ମାତା ସୀତାରାଣୀଙ୍କ ସାନପୁଅ ତାପସ ଶ୍ରୀନଗର ଲିମାପୋଷ୍ଟରେ ଅପରେସନ ପରାକ୍ରମରେ ଗତ ତା ୨୦.୭.୨୦୦୫ରେ ଶହୀଦ ହୋଇଥିଲେ ।

Mo sapath

Leave A Reply

Your email address will not be published.