ନିରପେକ୍ଷ ଖବର.ଭଦ୍ରକ:୧୭/୦୭/୧୯ ଭଦ୍ରକ ର ଏକ କାର ପଶ୍ଚିମବଙ୍ଗ ରେ ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିିଳିଛି।ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଦିଗବିଜୟ ଦାଶ. ଯାଜପୁର ର ମନୋଜ ମହାନ୍ତି.. ଖୋର୍ଦ୍ଧା ର ଦିଲ୍ଲୀପ ନାୟକ. ଭଞ୍ଜନଗର ର ପି ତେଜେଶ୍ୱର.. ଭୁବନେଶ୍ୱର ର କ୍ରିଷ୍ଣା ରାଓ. ଏକ ଇନୋଭା କାର ରେ ଓଡିଶା ରୁ କୋଲକାତା ଯାଉଥିବା ସମୟରେ ୬ ନମ୍ବର ଜାତୀୟ ରାଜପଥ ର ହାଉଡ଼ା ନିକଟସ୍ଥ ଏକ ହୋଟେଲ ନିକଟରେ ଇନୋଭା କାର ଟି ଏକ କଣ୍ଟେନର କୁ ପଛପଟୁ ଧକ୍କା ଦେଇଥିଲା.. ଘଟଣା ସ୍ଥଳରେ ଦିଗବିଜୟ. ମନୋଜ. ଦିଲ୍ଲୀପ. ତେଜେଶ୍ୱର ଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ରିଷ୍ଣା ରାଓ ମେଡିକାଲ ରେ ଚିକିତ୍ସା ହେଉଛନ୍ତି..
