ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬/୦୯/୨୨ ପ୍ରକୃତିର ବିଡମ୍ବନା ସତ୍ତ୍ଵେ ଆରମ୍ଭ ପାର୍ବଣର ଧାରା । ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଜଗତ ଜନନୀ ମା’ଦୁର୍ଗାଙ୍କର ଶାରଦୀୟ ଉତ୍ସବ । ପ୍ରତିବର୍ଷ ଭଳି ଏ ବର୍ଷର ଶାରଦୀୟ ଉତ୍ସବକୁ ଚିରାଚରିତ ଭାବେ ପାଳନ କରିବାପାଇଁ ଶହୀଦ୍ ନଗର ଦୁର୍ଗା ପୂଜା ସମିତି ପକ୍ଷରୁ ପ୍ରସ୍ତୁତି । ମା’ଙ୍କ କରୁଣା ଓ ଭକ୍ତମାନଙ୍କ ଶ୍ରଦ୍ଧା ବଳରେ ଅନ୍ୟବର୍ଷ ଭଳି ଏବର୍ଷ ଯଥାଶକ୍ତି ଦଶହାରା ଉତ୍ସବ ପାଳନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ତତ୍ସହ ମା’ଙ୍କ ପୂଜା ପୂର୍ବପରି ଯଥାବିଧୂରେ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା ସମିତି ପକ୍ଷରୁ କରାଯାଇଛି । ଉତ୍ସବକୁ ଆହୁରି ମନମୁଗ୍ଧ କରିବାପାଇଁ ମା’ଙ୍କର ତାରକଷି ରୂପା ମେଢ, ସୁନା ମୁକୁଟ ସହ ଏକ ସୁନ୍ଦର ତୋରଣ ଅଯୋଧ୍ୟା ରାମ ମନ୍ଦିର ସଦୃଶ୍ୟ ନିର୍ମିତ ହେବାକୁ ଯାଉଛି। ମହାସପ୍ତମୀରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଓଡିଶାର କୃତୀ କ୍ରୀଡାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ କାର୍ଯ୍ୟକ୍ରମ ରହିଛି। ଏହି ନିଆରା ଧାରା ୨୦୦୭ ମସିହାରୁ କମିଟି ପକ୍ଷରୁ କରାଯାଉଛି। ଗତ ୨୦୨୦ ଏବଂ ୨୦୨୧ ମସିହାରେ ଏହି ମହତ୍ କାର୍ଯ୍ୟ କୋଭିଚ୍-୧୯ ପାଇଁ ବନ୍ଦ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ପରମ୍ପରା ଧାରାକୁ ବଜାୟ ରଖୁ ଚଳିତବର୍ଷ ଆମେ ଚାରିଜଣ ଉତ୍କୃଷ୍ଟ ଖେଳାଳୀଙ୍କୁ ମନୋନୀତ କରିଅଛୁ, ଯଥା- ଆନ୍ତଃର୍ଜାତିକ ବାସ୍କେଟ୍ ବଲ ଖେଳାନୀ ସେକ୍ ଫଏଜ୍, ଜାତୀୟ ଫୁଟବଲ ମହିଳା ତାରକା ପୂର୍ଣ୍ଣିମା ମଲ୍ଲିକ,
ଜାତୀୟ ରଗବି ତାରକା ସାହାନାୱାଜ୍ ଅହମ୍ମଦ, ଲନ ଟେନିସ୍ ମହିଳା ତାରକା ଆହାନା (ବାର ବର୍ଷରୁ କମ୍)
ଯେଉଁମାନେ କି ମହାସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀରେ ସମ୍ମାନିତ କରାଯିବ ପାଇଁ କମିଟି ସ୍ଥିର କରିଛି । ଉକ୍ତ କୃତୀ କ୍ରୀଡାବିତ୍ମାନଙ୍କୁ ପ୍ରତ୍ୟେହ ସନ୍ଧ୍ୟା ଆଳତୀ ପରେ ପୂଜା ମଣ୍ଡପରେ ସମ୍ବର୍ଦ୍ଧିତ କରାଯିବ ।
ସମିତିର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସଚ୍ଚିନନ୍ଦନ ନାୟକ, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ,ବରିଷ୍ଠ ଉପଦେଷ୍ଟା ଶ୍ରୀ ମନୋରଂଜନ ଦାସ, ଉପ-ସଭାପତି ଶ୍ରୀ ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
