ଭୁବନେଶ୍ୱର:( ନିରପେକ୍ଷ ଖବର)୨୮/୦୮/୨୦୧୯: ଆସନ୍ତା ସେପେଫମ୍ବର ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ୬୪ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଥିବା ଭାରତୀୟ ପ୍ରତିନିଧିଙ୍କୁ ଏହି ସମ୍ମିଳନୀ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ ଉଦ୍ଦେଶ୍ୟରେ ଏକ ବୈଠକ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ବାଚସ୍ପତିମାନଙ୍କର ଏକ ବୈଠକ ଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ନୂଆଦିଲ୍ଲୀର ସଂସଦ ଭବନରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ବିଧାନସଭା ସଚିବ ଓ ଅନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ । ବିଭିନ୍ନ ମନ୍ତ୍ରାଳୟର ଉଚ୍ଚପଦାଧିକାରୀ ପ୍ରତିନିଧିମାନଙ୍କୁ ସମ୍ମିଳନୀ ସଂପର୍କରେ ଅବଗତ କରାଯାଇଥିଲା।
