Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ
Blank space

କରୋନା ବିପତି ସମୟରେ ବେସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖା ଫିସ୍ ଏବଂ ମାସିକ ଦେୟ ୭୦ ପ୍ରତିଶତ କମାଇବା ପାଇଁ ପ୍ରଦେଶ ଛାତ୍ର କଂଗ୍ରେସର ଦାବି

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୧.୦୬ – କରୋନା ବିପତିର ଦୟନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ଫିସ୍ ଓ ମାସିକ ଦେୟ ୭୦ ପ୍ରତିଶତ କମାଇବା ଦାବିରେ ମାଷ୍ଟରକ୍ୟାଂଟିନ୍ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ନୱାଜ କହିଛନ୍ତି ଯେ ବେସରକାରୀ ଶିକ୍ଷାନୁଷ୍ଠାନକୁ ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ କେବଳ ଅନୁରୋଧ କରି ଚୁପ୍ ବସି ଯାଇଛନ୍ତି । ମାତ୍ର ବେସରକାରୀ ଶିକ୍ଷାନୁଷ୍ଠାନ ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ କର୍ଣ୍ଣପାତ କରୁନାହାନ୍ତି । କେତେକ ଶିକ୍ଷାନୁଷ୍ଠାନ ନାମଲେଖା ଫିସ୍ ବଢାଇ ସାରିଲେଣି ଏବଂ ମାସିକ ଦେୟ ମଧ୍ୟ ବଢି ଚାଲିଛି । ବେସରକାରୀ ଶିକ୍ଷାନୁଷ୍ଠାନର ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ବେଖାତିର କରୁଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଶ୍ନ କରୁଛି ଯେ ମୁଖ୍ୟମନ୍ତ୍ରୀ ଆନ୍ତରିକତାର ସହ କରୋନା ପ୍ରପୀଡିତ ଅଭିଭାବକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି କି? ବିଜେଡି ଦଳର ଅଧିକାଂଶ ସଭ୍ୟ, ସାଂସଦ ଏବଂ ବଡ ପଦବୀରେ ରହିଥିବା ବ୍ୟକ୍ତିଙ୍କର ଭୁବନେଶ୍ୱର ଏବଂ ଓଡିଶାରେ ବଡ ବଡ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି । ଏପରି ସ୍ଥଳେ ସେମାନେ ମୁଖ୍ୟମନ୍ତ୍ରୀଙ୍କର କଥା ବାସ୍ତବରେ ମାନୁ ନାହାନ୍ତି ନା ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଭିତିରି ବୁଝାମଣା ରହିଛି ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ଏଫ୍‌ଆରସିର ଅନୁମୋଦନକୁ ନମାନି ଭୁବନେଶ୍ୱରରେ କେତେକ ବେସରକାରୀ ଶିକ୍ଷାନୁଷ୍ଠାନ ଷ୍ଟାଣ୍ଡାର୍ଡ ୧ ର ଆଡ୍‌ମିଶନ ପାଇଁ ୫୦ ହଜାର ଟଙ୍କା ଦାବି କରୁଛନ୍ତି । କରୋନା ବିପତିରେ ଅଭିଭାବକମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନ ଏବଂ ରୋଜଗାର ସଂସ୍ଥା ସଂପୂର୍ଣ୍ଣ ବନ୍ଦ ହୋଇଥିବା ସ୍ଥଳେ ପିଲାର ପାଠପଢା ଖର୍ଚ୍ଚ ଦେବା ପାଇଁ ସେମାନେ ସଂପୂର୍ଣ୍ଣ ଅସମର୍ଥ ହୋଇପଡିଛନ୍ତି । କରୋନା ବିପତିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ବେସରକାରୀ ଶିକ୍ଷାନୁଷ୍ଠାନର ମାଲିକମାନଙ୍କ ସହ ସିଧାସଳଖ ଆଲୋଚନା କରନ୍ତୁ । ତାଙ୍କୁ ଅନୁରୋଧ ନକରି ନିର୍ଦ୍ଦେଶ ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କର ତଂଟି ଚିପି ଅର୍ଥ ଆଦାୟକୁ ଛାତ୍ର କଂଗ୍ରେସ ବରଦାସ୍ତ କରିବ ନାହିଁ । ଖାରବେଳନଗର ଥାନା ଅଧିକାରୀଙ୍କ ତତ୍ୱାବଧାନରେ ୟାସିର ନୱାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦାସଙ୍କୁ ଭେଟ କରି ଛାତ୍ରକଂଗ୍ରେସର ଦାବି ପତ୍ର ପ୍ରଦାନ କରିବା ସହ ତାଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଥିଲେ ।
ଲାଭଖୋର ମାଲିକମାନେ ଅମଣିଷ ହୋଇ ପଡିଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁରଜ ରାଉତ, ବାଦଲ ମହାନ୍ତି, ମହମ୍ମଦ ଶାହାରୁଖ୍‌, ତାରା ପ୍ରସାଦ କର, ରଂଜିତ୍ ସେନାପତି, ସେକ୍ ଅବଦୁଲ, ସାଗର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Advertisement
Mo sapath

Leave A Reply

Your email address will not be published.