ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୪/୦୭ କରୋନା ଭଳି ମହାମାରୀ ସମୟରେ ଅସହାୟ ମାନଙ୍କୁ ସହାୟତା ର ହାତ ବଢ଼ାଇଛି ଆର୍ ଏନ୍ ଆର୍ ଏଯ୍ୟୁକେସନାଲ୍ ଆଣ୍ଡ ଚ୍ୟାରିଟିବୁଲ୍ ଟ୍ରଷ୍ଟ ।। ଗତ ୩ ତାରିଖ ଦିନ ଦିବ୍ୟ ଜ୍ୟୋତି ସେବା ଆଶ୍ରମରେ ଖାଦ୍ୟ ଏବଂ ହାଇଯେନିକ୍ କିଟ୍ ବଣ୍ଟନ କରି ସାମାଜିକ ମୂଲ୍ୟବୋଧ ଏବଂ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମ ଆର୍ ଏନ୍ ଆର୍ ଏଯ୍ୟୁକେସନାଲ୍ ଆଣ୍ଡ ଚ୍ୟାରିଟିବୁଲ୍ ଟ୍ରଷ୍ଟ ଏବଂ ଉଡ୍ର ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସମାଜସେବୀ ଶ୍ରୀମତୀ ନମ୍ରତା ଚଢା ,ସି ଡବ୍ଲୁ ସି କର୍ମକର୍ତ୍ତା ରାଜଲକ୍ଷ୍ମୀ ଦାସ ଏବଂ ଏଭିପି ମେଫେୟାର ଗ୍ରୁପ୍ ପ୍ରଦୀପ୍ତ ମହାପାତ୍ର ଯୋଗ ଦେଇଥିଲେ । ତତବ୍ୟତିତ ଆଇ ଏମ୍ ଏମ୍ ଟି ର ୩ଜଣ ଵୈଜ୍ଞାନିକ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିଲେ ଏବଂ ସାନିଟାଇଜର୍ ପ୍ରଦାନ କରିଥିଲେ ।ଏହି ସଫଳ କାର୍ଯ୍ୟକ୍ରମ ଆର୍ ଏନ୍ ଆର୍ ଏଯ୍ୟୁକେସନାଲ୍ ଆଣ୍ଡ ଚ୍ୟାରିଟିବୁଲ୍ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ମହୀକ୍ଷିତା ମିଶ୍ର ଏବଂ ଟ୍ରଷ୍ଟ ର ଟ୍ରଷ୍ଟି ରଞ୍ଜିତ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏତତ୍ ବ୍ୟତୀତ ଉଡ୍ରର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଏବଂ ସମ୍ପାଦକ ସୁଭ୍ରଯ୍ୟୋତି ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୋଭା ବଢ଼ାଇଥିଲେ ।।
